ପାରମ୍ପାରିକ ସଂସ୍କୃତିକୁ ଓ ପରମ୍ପରାକୁ ବଂଚାଇବାର ପାଇଁ ଏହା ଏକ ବଳିଷ୍ଠ ଉଦ୍ୟମ
ନିରାକାରପୁର, ୧୬/୦୬/୨୦୨୨( ଓଡ଼ିଶା ସମାଚାର )- ରଜ ଭଳି ଏକ ପରମ୍ପରାକୁ ଲୋକାବିମୁଖୀ ଓ ଜନଆଦ୍ରୁତ କରି ସମାଜରେ ପାରମ୍ପାରିକ ଲୋକକଳା, ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ସମାଜରେ ଭାଇଚାର ପ୍ରତିଷ୍ଠା ହେବା ସହ ବିଭିନ୍ନ ଲୁକାୟିତ ପ୍ରତିଭା ପ୍ରଷ୍ପୁଟିତ ହୋଇପାରିବ ବୋଲି ଦୁଇବର୍ଷ ପରେ ରଜ ଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ପ୍ରସିଦ୍ଧ ମା ଉଗ୍ରତାରାଙ୍କ ପୀଠରେ ଆୟୋଜିତ ରଜ ମହୋତ୍ସବ -୨୦୨୨ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦଘାଟନୀ ଉତ୍ସବରେ ଅତିଥିଭାବେ ଟାଙ୍ଗୀ ବ୍ଲକ ଚେୟ୍ୟାରମ୍ୟାନ ରିସ୍ନା ମାନନ୍ଧାତା, ଟାଙ୍ଗୀ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଓ ଟାଙ୍ଗୀ ବିଡ଼ିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକଭାବେ ରଜ ମହୋତ୍ସବ ୨୦୨୨କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
ଗଞ୍ଜମାର ଯୋଡ଼ି ଶଖଂ, ଖୋର୍ଦ୍ଧାର ପାଇକ ଆଖଡ଼ା, ଭୁବନେଶ୍ୱର ବାଲିଅନ୍ତାର ଗୋଟିପୁଅ ଓ ନିରାକାରପୁର ଶ୍ରୀ ସାଇ ଡ଼୍ୟାନ୍ସ ଏକାଡ଼େମୀର କଳାକାରଙ୍କ ଦ୍ୱାରା ପରିବେଷିତ ଓଡ଼ଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମଂଚକୁ ଅଂଶୁମାନ ପରିଚାଳନା କରିଥିବାବେଳେ ମହୋତ୍ସବ କମିଟି ସଦସ୍ୟଙ୍କ ସମେତ ମହୋତ୍ସବ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ, ସମିତିସଭ୍ୟ ଓ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର