Friday , March 31 2023
Home / ବିଶେଷ / ପାରିବାରିକ କଳହରୁ ଦୋକାନ ପୋଡ଼ି , ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ପାରିବାରିକ କଳହରୁ ଦୋକାନ ପୋଡ଼ି , ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ପାଟକୁରା,୧୬/୦୬/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଗ୍ରାମର ହନୁମାନ ଛକରେ ଥିବା ସମିର ପରିଡ଼ା ଙ୍କ ଭୋରାଇଟି ଷ୍ଟୋର କ୍ୟାବିନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ସମିର ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ଜଗନ୍ନାଥପୁର ଗ୍ରାମର ବିଭୁ ରଂଜନ ସ୍ୱାଇଁ ଓ ସମିର ପରିଡ଼ା ଙ୍କ ମଧ୍ୟରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ବିଭୁ ସମିରଙ୍କ ଘରେ ପସି ଗଣ୍ଡଗୋଳ କରିଥିଲା । ତାଙ୍କୁ ସମିର ପରିବାର ପ୍ରତିରୋଧ କରିଥିଲେ । ଅଧିକନ୍ତୁ ବିଭୁ ଉତକ୍ଷିପ୍ତ ହୋଇ ଦୋକାନ ପୋଡ଼ି ଦେବାକୁ ଧମକ ଦେଇଥିଲା । ପରେ ଗତକାଲି ରାତିରେ ହନୁମାନ ଛକରେ ଥିବା ସମିରଙ୍କ ଭେରାଇଟି ଷ୍ଟୋର କ୍ୟାବିନ୍ ରେ ବିଭୁ ନିଆଁ ଲଗାଇ ଦେଇଥିବା ପାଟକୁରା ଥାନାରେ ସମିର ଅଭିଯୋଗ କରିଛନ୍ତି । ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ଛାରଖାର ହୋଇ ଯାଇଛି । ଦେକାନରେ ଗୋସରୀ ଠାରୁ ଆରମ୍ଭ କରି କସମେଟିକ୍ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ପୋଡ଼ି ଯାଇଛି । ଅଗ୍ନିକାଣ୍ଡ ଖବର ପାଇ ଗରଦପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.