Wednesday , July 6 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ୍

ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ୍

ବାରିପଦା, ୧୬/୦୬/୨୦୨୨( ଓଡ଼ିଶା ସମାଚାର )- ଆଜିଠାରୁ ପ୍ରାୟ ସାଢ଼େ ୪ ମାସ ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ । ଶିମିଳିପାଳ ଅଭୟାରଣ୍ୟ ଭିତରକୁ କୌଣସି ପର୍ୟ୍ୟଟକଙ୍କୁ ପ୍ରବେଶ କରାଇଦିଆଯିବ ନାହିଁ। ବର୍ଷା ଋତୁ ଆସୁଥିବାରୁ ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। । ଜୁନ୍ ୧୬ ତାରିଖରୁ ମୌସୁମୀ ବର୍ଷା ଥମିବା ପରେ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲ ମରାମତି କାମ କରାଯିବ। ଏହା ପରେ ନଭେମ୍ବର ୧ରୁ ପୁଣି ସ୍ବାଭାବିକ ଭାବେ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର କହିଛନ୍ତି । ଶିମିଳିପାଳର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ହଜାର ହଜାର ପର୍ୟ୍ୟଟକ ଛୁଟିଆସନ୍ତି। ଏଥିସହ ଗବେଷକମାନେ ବି ଗବେଷଣା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ବହୁ ସଂଖ୍ୟାରେ ଆସିଥାନ୍ତି। ତେବେ ମୌସୁମୀ ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦସଙ୍କୁଳ ହୋଇଯାଏ। ପର୍ୟ୍ୟଟକଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବାରୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ବନ୍ଦ ରଖାଯାଇଥାଏ। ପର୍ୟ୍ୟଟକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ମୌସୁମୀ ବର୍ଷା ଆସିଲେ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ । ଓଡ଼ିଶା ସମାଚାର

About admin

Check Also

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ …

Leave a Reply

Your email address will not be published. Required fields are marked *