Friday , March 31 2023
Home / ତାଜା ଖବର / ଖଲିକୋଟ : ପାରିବାରିକ ଗଣ୍ଡଗୋଳରୁ ଫୁଟିଲା ଗୁଳି

ଖଲିକୋଟ : ପାରିବାରିକ ଗଣ୍ଡଗୋଳରୁ ଫୁଟିଲା ଗୁଳି

ଖଲିକୋଟ, ୧୬/୦୬/୨୦୨୨( ଓଡ଼ିଶା ସମାଚାର )- ଏକ ପାରିବାରିକ ଗଣ୍ଡଗୋଳରୁ ଗୁଳି କାଣ୍ଡ ଘଟିଛି । ଦାଦାପୁଅ ର ଗୁଳି ମାଡ଼ରେ ବଡ଼ବାପା ପୁଅ ଗୁରୁତର ଆହତ ହୋଇଛି । ଦିନ ଦିପ୍ରହରେ ଗୁଳିକାଣ୍ଡ ଘଟିଛି ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ରେ । ଜମିଜମା ଓ ଘରୋଇ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ରେ ବୀରେନ୍ ଦଳେଇ (ବଡ଼ବାପା ପୁଅ) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବୀରେନ୍ ଦଳେଇ ଙ୍କୁ ପ୍ରଥମେ ଖଲିକୋଟ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ବୀରେନ୍ ଉପରେ ୪ ରାଉଣ୍ଡ ଗୁଳିମାଡ଼ କରି ଦାଦାପୁଅ ଭାଇ କେଉଁଆଡ଼େ ପଳାଇଛି । ଅଭିଯୁକ୍ତ ଦାଦାପୁଅ ଭାଇ କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.