Friday , March 31 2023
Home / ବିଶେଷ / ୧୪ ହଜାର ଫୁଟ ଉଚ୍ଚ ରେ ଉଡାଇଲେ ଜାତୀୟ ପତାକା

୧୪ ହଜାର ଫୁଟ ଉଚ୍ଚ ରେ ଉଡାଇଲେ ଜାତୀୟ ପତାକା

ଜୁନାଗଡ଼ , ୧୫/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ଅଦମ୍ୟ ଇଛା ଶକ୍ତି ଓ ଦୃଢ ମନବଳ ମନୁଷ୍ୟ ଜୀବନକୁ ସଫଳତାର ସୋପାନ ଚଢ଼ିବାକୁ ପ୍ରେରଣା ଯୋଗାଇ ଦେଇଥାଏ । ଯେତେ ବାଧା ବିଘ୍ନ ଆସୁ ନା କାହିଁକି କାହାରିକୁ ଖାତିର ନ କରି ନିଜ ଲକ୍ଷ ସ୍ଥଳ ରେ ପହଂଚିଥାଏ । କିଛି ଏଭଳି ଦୁଃସାହସିକ କାମ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ୨ ଯୁବ ପର୍ବତାରୋହୀ । ହିମାଳୟର ହିମାଚଳ ପ୍ରଦେଶ ଅଂଚଳରେ ଥିବା ହମତା ପାସ (୧୪,୦୬୫ ଫୁଟ) ର ଶୀର୍ଷରେ ଜାତୀୟ ପତାକା ଉତୋଳନ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି । ସେମାନେ ହେଲେ ସୌମ୍ୟ ରଞ୍ଜନ ରାଉତ , ଜ୍ୟୋତିଷ ବାଗ । ଓଡ଼ିଶା ସମାଚାର

Leave a Reply

Your email address will not be published.