Friday , March 31 2023
Home / ବିଶେଷ / ସର୍ବସାଧାରଣ ଜଳସ୍ରୋତ ଅବରୋଧ ମାମଲା :

ସର୍ବସାଧାରଣ ଜଳସ୍ରୋତ ଅବରୋଧ ମାମଲା :

୧୫ ଦିନ ମଧ୍ୟରେ ଉଚ୍ଛେଦ ପାଇଁ ଉପଜଲ୍ଲାପାଳଙ୍କ ନିର୍ଦେଶ –

କେନ୍ଦ୍ରାପଡ଼ା, ୧୫/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମ ପଂଚାୟତର ପଲ୍ଲୀରଘୁନାଥପୁର ଗ୍ରାମର ସର୍ବସାଧାରଣ ଜଳସ୍ରୋତ ତଥା ଯୋରକୁ ଜବରଦଖଲ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ୧୫ ଦିନ ମଧ୍ୟରେ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । କାରଣ ଏହି ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ଦୀର୍ଘ ୨ ବର୍ଷ ହେବ ବିରୋଧ କରି ଆସୁଛନ୍ତି । ଏହି ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହିଭଳି ସର୍ବସାଧାରଣ ଜୋରକୁ ଅବରୋଧ କରି ଗୃହ ନିର୍ମାଣ କରିଛନ୍ତି । ଏହି ଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି । ଗୃହ ଆରମ୍ଭ କରିବା ଦିନରୁ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଛନ୍ତି । ଏ ନେଇ ଗ୍ରାମବାସୀ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆରଡିସି, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ହେବା ପରେ ଉପଜିଲ୍ଲାପାଳଙ୍କ ଉପରେ ଚାପ ପଡିଥିଲା । ଏପରିକି ଉପଜିଲ୍ଲାପାଳଙ୍କ କୋର୍ଟରେ ମଧ୍ୟ ଏକ ମାମଲା ହୋଇଥିଲା । ହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀ ଉକ୍ତ ମାମଲାକୁ ଚାପି ରଖିଥିଲେ । ଏ ନେଇ ଉକ୍ତ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ଜେନା ଓଡିଶା ଉଚ୍ଚ ନ୍ୟାୟାଳୟରେ ପ୍ରଶାସନ ବିରୁଦ୍ଧରେ ଏକ ସିଆରଏଲଏମପି ମାମଲା ନମ୍ବର- ୩୫୫/୨୦୨୨ ରୁଜ୍ଜୁ କରିଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉପଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ । ଏଥିସହ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଥିଲେ ଯେ ଏହି ବେଆଇନ୍ ନିର୍ମାଣ ସମ୍ପର୍କରେ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସେହି ଅନୁଯାୟୀ ଏହି ବେଆଇନ୍ ନିର୍ମାଣକୁ ୧୫ ଦିନ ମଧ୍ୟରେ ଉଚ୍ଛେଦ କରିବା ପାଇଁ ଉପ ଜିଲ୍ଲାପାଳ ନୋଟିସ ଜାରି କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.