Friday , September 29 2023
Breaking News
Home / ବିଶେଷ / ରାଧାକାନ୍ତ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଧାକାନ୍ତ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୨( ଓଡ଼ିଶା ସମାଚାର )-ରାଧାକାନ୍ତ ସାହିତ୍ୟ ସଂସଦ ପକ୍ଷରୁ ଅଳପୁଆ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ରଜପର୍ବ ପାଳିତ ହୋଇଯାଇଛି । ଏଥିରେ ମୈାସୁମୀ ସାହିତ୍ୟ ସଂସଦ, କେନ୍ଦ୍ରାପଡାର ସମ୍ପାଦକ ପ୍ରଫେସର ଡଃ. ଶ୍ରୀଧର ସାମଲ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ ଓ ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟର କ୍ରମ ବିକାଶ, ପ୍ରାଚୀନ ଓ ଆଧୁନିକ ସାହିତ୍ୟରେ ପରିବର୍ତନର ଧାରା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କବୟିତ୍ରୀ ଆରାଧନା ଦାଶ, କବି ସଚିତ୍ର ବେହୁରା ଓ ଗାଳ୍ପିକ ପ୍ରଦୀପ ନାୟକ ସାହିତ୍ୟ ସାମାଜିକ ଜୀବନକୁ କିପରି ପ୍ରଭାବିିତ କରିଥାଏ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି ବିଷ୍ଣୁ ଚରଣ ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ରଞ୍ଜନ ବାଇ, ସନାତନ ତରାଇ, କାଙ୍ଗାଳି ଚରଣ ଦାସ, ମାଧବ ଚନ୍ଦ୍ର ମଳିକ, ନାରଦ ବିଶ୍ୱାଳ, ବସନ୍ତ ସ୍ୱାଇଁ, ରଶ୍ମିତା ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରି ଶ୍ରୋତାମାନଙ୍କୁ ବିମୋହିତ କରିଦେଇଥିଲେ । ସଭାପତି ରାଜ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ, ପ୍ରେମାନନ୍ଦ ସୁତାର ଅତିଥି ପରିଚୟ ଓ ନିମାଇଁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗଗନ ଚନ୍ଦ୍ର ମାହାଳିକ, ବିଚିତ୍ର ବେହେରା, ରଞ୍ଜିତ କୁମାର ସାମଲ ଓ ଆନନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *