ଭୁବନ ୧୫/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନରେ ତୃତୀୟାଦେବଜୀୟୁ ଙ୍କ ସ୍ନାନ ପୂର୍ଣ୍ଣମୀ ଓ ଚତୁର୍ଦ୍ଧାମୁରତୀ ଙ୍କ ଗଜାନନ ବେଶ ଅତ୍ୟନ୍ତ ଉତ୍ସାହ ଉଦ୍ଧିପନାର ସହ ଅନୁଷ୍ଠିତ ହୋଇଯାଇଛି । ରତ୍ନ ସିଂହାସନରୁ ପ୍ରଭୁ ବଳଭଦ୍ର,ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଧାଡି ପହଣ୍ଡିରେ ସେବାୟତ ମାନେ ସ୍ନାନ ମଣ୍ଡପ କୁ ଆଣିଥିଲେ । ସେଠାରେ ନାନାବିଧ ନୈବେଦ୍ୟ ,ଚନ୍ଦନ,ରକ୍ତବନ୍ଦନ,ହଳଦୀ ,ଗଙ୍ଗାଜଳ ରେ ପ୍ରସ୍ତୁତ ଜଳକୁଣ୍ଡରୁ ୧୦୮ କଳସୀ ଜଳରେ ଚତୁର୍ଦ୍ଧାମୁରତୀ ଙ୍କୁ ସ୍ନାନ କରାଯାଇଥିଲା । ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ ରେ ଗଜାନନ ବେଶରେ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ମହାପ୍ରଭୁ ଙ୍କ ସ୍ନାନ ସେବା ନିମନ୍ତେ ୧୨ ନମ୍ବର ୱାର୍ଡ ନିବାସୀ ଧର୍ମପରାୟଣା ମହିଳା ଭାରତୀ ସାହୁ ଚାନ୍ଦି ର ଏକ କଳସୀ ଦାନ କରିଥିଲେ । ଜଗନ୍ନାଥ ମନ୍ଦିର ର ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଓ ପୂର୍ଣ୍ଣାନନ୍ଦ ମିଶ୍ର ଙ୍କ ସମେତ ଅନ୍ୟ ସେବାୟତ ଏବଂଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ନଗରପାଳ ଶୁଭେନ୍ଦୁ ସାହୁ , ଆଦ୍ୟସେବକ ରାମଚନ୍ଦ୍ର ରାଉତ,ଉପଦେଷ୍ଟା ଗୋପୀନାଥ ମହାନ୍ତି ଙ୍କ ସହଯୋଗରେ ସ୍ନାନପୂର୍ଣ୍ଣିମା ,ଗଜାନନ ବେଶ ସଂପନ୍ନ ହୋଇଥିଲା । ଓଡ଼ିଶା ସମାଚାର