ଗଞ୍ଜାମ ୧୫/୦୬/୨୦୨୨( ଓଡ଼ିଶା ସମାଚାର )- ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁ ସିଂହଳସାହି ରେ ଘଟିଛି ବିସ୍ଫୋରଣ । ଘର ଭିତରେ ବିସ୍ଫୋରଣ ଘଟିବା ଫଳରେ ପରିବାରର ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବେରୁହାବାଡ଼ି ଗାଁ ସିଂହଳସାହି ର ଦଣ୍ଡପାଣି ବେହେରାଙ୍କ ଘରେ ପୂର୍ବରୁ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିଲା । ବୁଧବାର ଦିନ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ପରିବାରର ୭ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟମାନଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଏପରି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଏ ସଂପର୍କରେ ଖବର ପାଇ ପୁରୁଷୋତ୍ତମପୁର ଏସଡ଼ିପିଓ ଏବଂ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର