Friday , March 31 2023
Home / ବିଶେଷ / ନାବାଳକ ପୁଅକୁ ସାବତ ମା’ ଓ ବାପା ହତ୍ୟା କରିଥିବା ଅଭିଯୋଗ

ନାବାଳକ ପୁଅକୁ ସାବତ ମା’ ଓ ବାପା ହତ୍ୟା କରିଥିବା ଅଭିଯୋଗ

ପାରାଦୀପ,୧୫/୦୬/୨୦୨୨( ଓଡ଼ିଶା ସମାଚାର )- ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ ଜଣେ ୧୫ବର୍ଷର ନାବାଳକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ନାବାଳକ ପୁଅକୁ ସାବତ ମା’ ଓ ବାପା ହତ୍ୟା କରିଥିବା ମାମୁଁ ଘର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ ୧୫ବର୍ଷର ପୁଅର ମୃତ୍ୟୁ ହୋଇଛି । ଗାଁ ସ୍କୁଲ ପଛପଟୁ ମୃତ ନାବାଳକଙ୍କ ମୃତ ଦେହ ଲୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ନାବାଳକ ପୁଅକୁ ସାବତ ମା’ ଓ ବାପା ମାରି ଟାଙ୍ଗିଦେଇଥିବା ମାମୁଁ ଘର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସବିଶେଷ ତଥ୍ୟ ମିଳିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.