ଜୁନାଗଡ଼ ୧୫/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ତଳୀ ଜୁନାଗଡ଼ ସହର।ଏହି ସହର ଉପରେ ଜୁନାଗଡ଼ ସହର, ବ୍ଲକର ୩୪ଟି ପଞ୍ଚାୟତ ସମେତ ଆଖପାଖ ବ୍ଲକ ଅଞ୍ଚଳର ହଜାର ହଜାର ଜନସାଧାରଣ ଦୈନିକ ନିର୍ଭର କରିଥାନ୍ତି।ତେଜରାଜି ଦୋକାନ ସମେତ ଏହି ସହର ମଧ୍ୟରେ ଛୁଞ୍ଚି ଠାରୁ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନର ମଧ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ରହିଛି।ହେଲେ ଏହି ସହର ମଧ୍ୟରେ ତେଜରାଜି ସାମଗ୍ରୀ ସହିତ ରଡ, ସିମେଣ୍ଟ, ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ, ବିଭିନ୍ନ ପ୍ରିତିଷ୍ଠିତ ବ୍ରାଣ୍ଡର ଲୁବ୍ରିକେଣ୍ଟ ଯଥା ଗ୍ରୀଷ୍,ମୋବିଲ, ଯାନବାହନ ସ୍ପେରପାର୍ଟସ,କୁଳର, ପଙ୍ଖା ସମେତ ଅନେକ ସାମଗ୍ରୀର ନକଲି ସାମଗ୍ରୀ ବିକ୍ରି ହେଉଥିବା ଆଲୋଚନା ହୁଏ ।ସହରରେ ଥିବା ଓଜନ ମାପ ବିଭାଗର ସ୍ଥାଣୁତା ଯୋଗୁଁ ଓଜନ ମାପରେ ମଧ୍ୟ ଠକେଇ ହେଉଥିବା ଚର୍ଚ୍ଚା ହୁଏ।ଓଜନ ମାପ ଠକେଇର ମାଛ ବିକ୍ରୀ କରୁଥିବା ବେପାରୀ ମାନେ ଧୁରନ୍ଦର ଥିବା ଅଭିଯୋଗ ହୁଏ।ଅନେକ ବ୍ୟବସାୟୀ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟ ଠାରୁ ମଧ୍ୟ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରୁଛନ୍ତି।ଅନେକ ବ୍ୟବସାୟୀ ମାନେ ବ୍ୟାପକ ଭାବେ ଟ୍ୟାସ୍କ ଫାଙ୍କୁଥିବା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।ଏପରି ସ୍ଥଳେ ପ୍ରଶାସନିକ ଦୃଢ଼ କାର୍ୟ୍ୟାନୁଷ୍ଠାନ ଜରୁରୀ ହୋଇପଡିଥିବା ଲୋକେ ଅନୁଭବ କଲେଣି।ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ବିଭାଗ ମାନେ କାର୍ୟ୍ୟାନୁଷ୍ଠାନ ନେବାକୁ ସର୍ବସାଧାରଣଙ୍କ ଦାବି ହେଉଛି। ଓଡ଼ିଶା ସମାଚାର