Friday , March 31 2023
Home / ବିଶେଷ / ଯୋଗ୍ୟତା ପ୍ରମାଣପତ୍ର ଥାଇବି ଭୂମିହୀନ ଙ୍କୁ ମିଳିଲା ନାହିଁ ଜମିପଟା

ଯୋଗ୍ୟତା ପ୍ରମାଣପତ୍ର ଥାଇବି ଭୂମିହୀନ ଙ୍କୁ ମିଳିଲା ନାହିଁ ଜମିପଟା

କେନ୍ଦ୍ରାପଡ଼ା, ୧୪/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୌରାଂଚଳର ୮ନମ୍ବର ୱାର୍ଡ ଅନ୍ତର୍ଗତ ଏକଣାଖଣ୍ଡି କେନାଲ ବନ୍ଧ ବସ୍ତିର କେତେକ ବ୍ୟକ୍ତିଙ୍କୁ ଭୂମିହୀନ ଯୋଗ୍ୟତା ପ୍ରମାଣପତ୍ର ଥାଇ ବି ଘରଡିହ ଜମିର ପଟା ମିଳିନଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଯୋଗ୍ୟତା ପ୍ରମାଣପତ୍ର ଧାରୀ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ପଟ୍ଟା ପ୍ରଦାନ ପାଇଁ ଦାବି କରିଛନ୍ତି । ଏହି ବ୍ୟକ୍ତିମାନେ ଏକଣାଖଣ୍ଡି ଗ୍ରାମର କେନାଲ ବନ୍ଧ ପାଶ୍ୱର୍ରେ ଥିବା ସରକାରୀ ଜମିରେ ଭୂମିହୀନ ଭାବେ ଦୀର୍ଘ ୫୦ ବର୍ଷ ଧରି ଘରକରି ରହି ଆସୁଛନ୍ତି । ୨୦୧୭ ମସିହାରେ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାରୀ ଅଧିନିୟମ ଅନୁଯାଇ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସେମାନଙ୍କ ପଟ୍ଟା ମିଳି ନଥିବାରୁ ସେମାନେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ପଟା ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.