ସାଲେପୁର, ୧୪/୦୬/୨୦୨୨(ଓଡିଶା ସମାଚାର/ ଅଭୟ ଜେନା) -ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାନ୍ୟବର ସାଲେପୁର ଜେ ଏମ ଫ୍ ସି କୋର୍ଟ ଙ୍କର ପୁଣି ଏକ ନିର୍ଦ୍ଧେଶ ଆସିଛି। ଚଳିତ ମାସ ୨୦ ତାରିଖ ମଧ୍ୟରେ ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ ସହ ତଦନ୍ତ କାହିଁକି ବିଳମ୍ବ ହେଉଛି କାରଣ ଦର୍ଶାଇବା ପାଇଁ ତଦନ୍ତକାରୀ ଅଫିସରଙ୍କୁ କୋର୍ଟ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛନ୍ତି । ଗତ ମେଁ ମାସ ୪ତାରିଖ ଦିନ ଏହି ଘଟଣାର ତଦନ୍ତ କାହିଁକି ଶିଥିଳ ପଡିଛି ଏବଂ ଏହି ଘଟଣାର ତଦନ୍ତ କାହିଁକି ବିଳମ୍ବ ହେଉଛି ଏନେଇ ମାନ୍ୟବର କୋର୍ଟକୁ ଏହି ଘଟଣାର ଅଭିଯୋଗକାରି ରମାକାନ୍ତ ବରାଳ ଲିଖିତ ଜଣାଇଥିଲେ। ଅନ୍ୟପଟେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବେ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ଏବେ କେଉଁ ଅଫିସର ଏହାର ତଦନ୍ତ ଭାର ନେଇଛନ୍ତି ତାହା ରିପୋର୍ଟ ଦାଖଲ ପରେ ଜଣାପଡିବ।ସନିଶା ସମାଚାର