ଜୁନାଗଡ଼ ,୧୪/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଗ୍ରାମର ଜଣେ ମହିଳା ବେକରେ ଦଉଡ଼ିଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।ସେହି ଗ୍ରାମର ଶିବସଙ୍କର ପୂଂଜୀଙ୍କ ସ୍ତ୍ରୀ କମଳା ପୁଞ୍ଜି(୧୯) ଗାଁ ନିକଟସ୍ଥ ମଢାବନ୍ଧ ନିକଟରେ ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମ ହତ୍ୟା କରି ଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇ ଥିଲେ। ପରିବାର ଲୋକେ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତୁ ମାମଲା ରୁଜୁ କରି ବ୍ୟବଛେଦ କରାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟା ର କାରଣ ଏ ପର୍ଯନ୍ତ ସ୍ପଷ୍ଟ ହୋଇନଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର