Friday , March 31 2023
Home / ସ୍ୱାସ୍ଥ୍ୟ / ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

ପାରାଦୀପ,୧୪/୦୬/୨୦୨୨( ଓଡ଼ିଶା ସମାଚାର )-ନିରାପଦ ରକ୍ତଦାନ ଓ ରକ୍ତର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଓ ସ୍ୱେଚ୍ଛାକୃତ ରକ୍ତାଦାତାମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ନିଜ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଆୟୋଜିତ ଏକ ସଭାରେ ଜାହାଜ ଏଜେଂଟ୍ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିେଲେ । ଏହି ଅବସରରେ ଡା.ପାଣିଗ୍ରାହୀ ନିଜ ବକ୍ତବ୍ୟରେ ରକ୍ତଦାନର ମହତ୍ୱ ଏବଂ ଯାହା ଜଣେ ବ୍ୟକ୍ତିଙ୍କ ସୁସ୍ଥ ଜୀବନଯାପନ ପାଇଁ ନିରାପଦ ଉପରେ ଗୁରୁତ୍ୱାରୋପ କରିଥିଲେ । ତେବେ ଆଗାମୀ ଦିନରେ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ସହ ଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଡା.ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ । ଶେଷରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସାମୂହିକ ଶପଥ ପାଠ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.