ଜୁନାଗଡ଼ ,୧୪/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ବଲଧିଅମାଲ ନିକଟସ୍ଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିବା ଏକ ଟ୍ରକରେ ଚକ ଲଗାଉଥିବା ବେଳେ ଆକସ୍ମିକ ଭାବେ ଚକାଫାଟି ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଧିଆମାଲ ସ୍ଥିତ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଗାଡି ନମ୍ବର ଓଆର ୧୯ କେ ୯୫୩୯ ଏକ ଟ୍ରକ ଅଟକି ରହିଥିଲା । କୌଣସି କାରଣ ଏହି ଟ୍ରକରେ ହେଲପର ଟ୍ରକର ପଛ ଚକ ଖୋଲିକି ଲଗାଇଥିଲେ । ଏହି ସମୟରେ ହଠାତ ଆକସ୍ମିକ ଭାବେ ଟ୍ରକ ଚକ ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଟ୍ରକରେ ହେଲପର ଥିବା ଯୁବକ ଙ୍କ ନାମ କମଳାକାନ୍ତ ବନ୍ଧିଛୋଡ ବୋଲି ଜଣାପଡିଛି । ସେହିଭଳି ହରସ୍ଥିତ ଜୁନାଗଡ଼ ନକଟିଗୁଡ଼ାର ଟ୍ରକ ମାଲିକ ଅନୀଲ ମେହେର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି କେସ ନଂ ୨୬୮/୨୨ରେ ଏକ ମାମଲା ରୁଜୁ କରିଥିଲେ । ପରେ ଶବକୁ ଜବତ କରି ଜୁନାଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ଓଡ଼ିଶା ସମାଚାର