Wednesday , July 6 2022
Breaking News
Home / ଶିକ୍ଷା / ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ କମ୍ପ୍ୟୁଟର ଚୋରି

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ କମ୍ପ୍ୟୁଟର ଚୋରି

ଜୁନାଗଡ଼ ,୧୪/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-ଜୁନାଗଡ ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଇ ଲାଇବ୍ରେରୀ ରୁ ତିନିଗୋଟି କମ୍ପ୍ୟୁଟର ଚୋରି ହୋଇଛି । ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ରୂପାନ୍ତରିକରଣ ହୋଇ ଦଶ ଗୋଟି କମ୍ପ୍ୟୁଟର ଇ ଲାଇବ୍ରେରୀ ରେ ରହିଛି । ହେଲେ ସେଥି ମଧ୍ୟରୁ ତିନିଗୋଟି କମ୍ପ୍ୟୁଟର ସୋମବାର ବିଳମ୍ବିତ ରାତି ରେ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡିଥିଲା । ଏ ସଂକ୍ରାନ୍ତ ରେ ଜୁନାଗଡ ଥାନା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟ ରେ ଦୀର୍ଘ ବର୍ଷ ହେଲା କୌଣସି ରାତ୍ର ଜଗୁଆଳି ନଥିବା ରୁ ଅସୁରକ୍ଷିତ ହୋଇ ଚୋର ଙ୍କ ଚୋରା ଭୂମି ପାଲଟିଛି। ବର୍ତ୍ତମାନ ଏହି ବିଦ୍ୟାଳୟ ରୂପାନ୍ତରିକରଣ ହେଇଥିବାରୁ ଅନେକ ମୂଲ୍ୟବାନ ଜିନିଷ ରହିଥିବାରୁ ତୁରନ୍ତ ରାତ୍ରି ଜଗୁଆଳି ନିଯୁକ୍ତି କରିବା ପାଇଁ ଶିକ୍ଷା ବିଭାଗ କୁ ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ ସିଂହଦେଓ ଦାବି କରୁଛନ୍ତି। ଓଡ଼ିଶା ସମାଚାର

About admin

Check Also

ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର, ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ୬ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ …

Leave a Reply

Your email address will not be published. Required fields are marked *