Wednesday , July 6 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କେନ୍ଦ୍ରାପଡ଼ା ରେ ଲୋକକଳା ଦିବସ ପାଳିତ

କେନ୍ଦ୍ରାପଡ଼ା ରେ ଲୋକକଳା ଦିବସ ପାଳିତ

କେନ୍ଦ୍ରାପଡ଼ା,୧୪/୦୬/୨୦୨୨( ଓଡ଼ିଶା ସମାଚାର )-ଓଡ଼ିଆ ଭାଷା ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ଆନୁକୂଲ୍ୟରେ ଆଜି ସାରା ରାଜ୍ୟରେ ଲୋକକଳା ଦିବସ ପାଳିତ ହୋଇ ଯାଇଛି । ଓଡ଼ିଶା ର ମହାନ ଲୋକକଳା ସଂକୀର୍ତନ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ କଂସାର ପଂଚାୟତ ବନ୍ଧପଡ଼ା ଗ୍ରାମର ନୀଳକଂଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମା ବିଲ ନାହାକାଣି ସଂକୀର୍ତନ ମଣ୍ଡଳୀ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । ସଂକୀର୍ତନ ଗୁରୁ କୃଷ୍ଣଚନ୍ଦ୍ର ସାମଲ ଙ୍କ ନେତୃତ୍ୱରେ ମଣ୍ଡଳୀର ମୁଖ୍ୟ ବାୟକ ଅଭିରାମ ସାମଲ , ତପନ ରାଉତ, ରତ୍ନାକର ରାଉତ ଙ୍କ ସମେତ ମୁଖ୍ୟ ଗାୟକ ରାମଚନ୍ଦ୍ର ସାମଲ , ଶ୍ୟାମ ସୁନ୍ଦର ରାଉତ ଓ ସାଥିମାନେ କାର୍ଯ୍ୟକ୍ରମ ପରିବେଷଣ କରି ସଂକୀର୍ତନ ଲୋକକଳା ମାଧ୍ୟମରେ ମହିଳା ଶସକ୍ତିକରଣ ଉପରେ ବାର୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ କେନ୍ଦ୍ରାପଡ଼ା ଜିଲା ସଂଯୋଜକ ନବଘନ ନାୟକ, କେନ୍ଦ୍ରାପଡ଼ା ବ୍ଲକ୍ ସଂଯୋଜକ ପ୍ରଫୁଲ କୁମାର ରାଉତ, ମହାକାଳପଡ଼ା ବ୍ଲକ୍ ସଂଯୋଜକ ବୈକୁଂଠ ଚରଣ ନାୟକ ଓ ଯୁଧିଷ୍ଠିର ଦାଶ , ପଟ୍ଟାମୁଣ୍ଡାଇ ବ୍ଲକ୍ ସଂଯୋଜକ ନୀରଂଜନ ମୋତି , ଡ଼େରାବିଶ ବ୍ଲକ୍ ସଂଯୋଜକ ପ୍ରତାପ ସ୍ୱାଇଁ , ମାର୍ଶାଘାଇ ବ୍ଲକ୍ ସଂଯୋଜକ ଅଭୟ କୁମାର ସତପଥି ଓ ଗରଦପୁର ବ୍ଲକ୍ ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …

Leave a Reply

Your email address will not be published. Required fields are marked *