Wednesday , July 6 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୁଣ୍ୟ ତିଥିରେ ଉତ୍ସବ ମୁଖର ପଦ୍ମବନ ପୀଠ

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୁଣ୍ୟ ତିଥିରେ ଉତ୍ସବ ମୁଖର ପଦ୍ମବନ ପୀଠ

ନିଶ୍ଚିନ୍ତକୋଇଲି,୧୪/୦୬/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହାପ୍ରୟାଣ ଦିବସ । ପଞ୍ଚସଖା ଯୁଗର ସିଦ୍ଧସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାର ଅଚ୍ୟୁତାନନ୍ଦ ଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପୁରୁଷ ଙ୍କ ରଚିତ ମାଳିକା, ବିଭିନ୍ନ ଗ୍ରନ୍ଥ ପଠନ ସହ ଭଜନ, ସଂକୀର୍ତନ ଆଦି ଅନୁଷ୍ଠିତ ହେଉଛି  । ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଯାତ୍ରା ତଥା ମେଳା ବନ୍ଦ ରହିଥିଲା । ଚଳିତବର୍ଷ ଏହି ଯାତ୍ରାଅନୁଷ୍ଠିତ ହେଉଥିବାରୁ ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି । ଚିତ୍ରୋତ୍ପଳା ନଦୀ ପଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅତିରିକ୍ତ ଏସ. ପି, ସାଲେପୁର ଏସ ଡି ପି ଓ, ନେମାଳ ଥାନା ଅଧିକାରୀ, ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଆଖିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ୟ୍ୟ କରାଯାଇଛି। ଗ୍ରାମାଞ୍ଚଳ ଏସ୍ ପି. ବି. ଯୁଗଳକିଶୋରଙ୍କ ନେତୃତ୍ୱରେ ସାଲେପୁର ଏସ୍ .ଡି.ପି.ଓ. ବିମଳ କୁମାର ବାରିକ, ଯାତ୍ରା ପୀଠରେ ବୁଲି ଶୃଙ୍ଖଳା ରକ୍ଷା ପାଇଁ ଫୋର୍ସ ମୁତୟନ ନିମନ୍ତେ ସ୍ଥାନ ନିରୂପିତ କରିଛନ୍ତି। ମଙ୍ଗଳବାର ଦେବସ୍ନାନ ଯାତ୍ରାରେ ୬ ପ୍ଲାଟୁନ ପୁଲିସ ଫୋର୍ସ, ଏକ ପ୍ଲାଟୁନ ଏ.ପି.ଆର. ପୋର୍ସ, ୬୦ ଜଣ ପୁଲିସ ଅଫିସର, ୨୦ ଜଣ ମହିଳା ପୁଲିସଙ୍କୁ ନିୟୋଜିତ କରାଯାଇଥିଲା ବେଳେ ୯ ଜଣ ଇନିସପେକ୍ଟର, ୫ ଜଣ ଡି.ଏସ୍ .ପି. ଏବଂ ଅତିରିକ୍ତ ଏସ୍ .ପି. କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି। ବାଲିଯାତ୍ରା ପଡ଼ିଆରେ ଅସାମାଜିକ ବ୍ୟକ୍ତିମାନଙ୍କୁ ସାବାଡ୍ କରିବା ପାଇଁ ୧୦ ଜଣ ସାଧାପୋଷାକଧାରୀ ପୁଲିସ ମୁତୟନ କରାଯାଇଛି। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ ଓ ଭୋଗ କରିପାରିବେ ସେ ନେଇ ପୃଥକ୍ ପୃଥକ୍ ଭାବେ ମହିଳା ଓ ପୁରୁଷମାନଙ୍କ ପାଇଁ ବାରିକେଟ୍ କରାଯାଇଛି। ପ୍ରଶାସନିକ ସ୍ତରରେ ଶୃଙ୍ଖଳା ପାଇଁ ତହସିଲଦାର କର୍ଣ୍ଣଦେବ ସମାଦ୍ଦାରଙ୍କ ନେତୃତ୍ୱରେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଭନାନୀ ମହାପାତ୍ର, କ୍ରିଷ୍ଣା ପାଢ଼ୀ, ବାବୁରାମ ମୁର୍ମୁ କାର୍ୟ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ପାନୀୟଜଳ ପାଇଁ ବିଭିନ୍ନ ସ୍ଥାନର ଜଳଛତ୍ର, ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଭକ୍ତମାନଙ୍କ ସୁବିଧା ଓ ସମସ୍ୟାର ସମାଧାନ ପାଇଁ ସୂଚନା କେନ୍ଦ୍ର, ବାଲିଯାତ୍ରା ପାଇଁ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରାରେ ପ୍ରତ୍ୟୁଷରୁ ଚୁଆ, ଚନ୍ଦନ, ଅଗୁରୁ ମିଶ୍ରିତ ସୁବାଷିତ ଜଳରେ ପ୍ରଭୁଙ୍କର ସ୍ନାନ ମାର୍ଜନା କରାଯିବା ସହ ମଙ୍ଗଳଆଳତି, ନୀତି ଭୋଗ, ଚନ୍ଦନ ଲାଗି ମଧ୍ୟାହ୍ନରେ କୋଠଭୋଗ, ପୁଷ୍ପାଞ୍ଜଳୀ ଓ ସଧ୍ୟାରେ ସଂଧ୍ୟାଆଳତୀ ସହ ମଧ୍ୟରାତ୍ରିରେ ଅଧରପଣା ସମର୍ପଣ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ସମଗ୍ର ପୀଠ ପରିସରକୁ ରଙ୍ଗୀନ ଆଲୋକ ଓ ଫୁଲମାଳରେ ସୁସଜ୍ଜିତ କରାଯାଇଛି। ଓଡ଼ିଶା ସମାଚାର

About admin

Check Also

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ …

Leave a Reply

Your email address will not be published. Required fields are marked *