ପାରାଦୀପ ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଜିଲ୍ଲା ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନା ବିକାଶ ଉଦ୍ଧେଶ୍ୟରେ ଆଠ ଦିନ ବ୍ୟାପି ଏକ ଜିଲ୍ଲାସ୍ତରୀୟ ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜୁନ୍ ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମୋଡ୍ ରେ ଆୟୋଜିତ ହୋଇଥିବା ବେଳେ ଉଦଯାପନୀ ଦିବସ ଜୁନ୍ ୧୨ ତାରିଖରେ ପାରାଦୀପର ସତ୍ୟସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସତ୍ୟସାଇ ସଙ୍ଗଠନର ଓଡିଶା ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର୍, ଉପସଭାପତି ଡ.ସତ୍ୟ ସ୍ୱରୂପ ପଟ୍ଟନାୟକ, ରାଜ୍ୟ ଟ୍ରଷ୍ଟ ଆବାହକ ହରିକ୍ରିଷ୍ଣା ଦାସ,ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ପ୍ରତାପ ସ୍ୱମ,ପୂର୍ବତନ ଜିଲ୍ଲା ସଙ୍ଗଠନ ସଭାପତି ବିପିନ ବିହାରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଙ୍ଗଠନର ସମସ୍ତ ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ । ଓଡ଼ିଶା ସମାଚାର