Friday , March 31 2023
Home / ବିଶେଷ / ମାଳିକା ପ୍ରସିଦ୍ଧ ରତ୍ନଵଟ ପୀଠରେ ରାଜ୍ୟସ୍ତରୀୟ କଵିତା ପାଠୋତ୍ସବ, ସ୍ମରଣିକା ଉନ୍ମୋଚନ ଓ ସାହିତ୍ୟ ସଭା

ମାଳିକା ପ୍ରସିଦ୍ଧ ରତ୍ନଵଟ ପୀଠରେ ରାଜ୍ୟସ୍ତରୀୟ କଵିତା ପାଠୋତ୍ସବ, ସ୍ମରଣିକା ଉନ୍ମୋଚନ ଓ ସାହିତ୍ୟ ସଭା

କଟକ ସଦର, ୧୩/୦୬/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସ୍ଥାନୀୟ ମାଳିକା ପ୍ରସିଦ୍ଧ ପୂଣ୍ୟତୋୟା ରତ୍ନଯୋରୀ ତଟରେ ଥିଵା ରତ୍ନଵଟ ପୀଠରେ ଆଜି ସୋମବାର ଦିନ ଶ୍ରୀ ଶ୍ରୀ ରତ୍ନଵଟ ଟ୍ରଷ୍ଟ ବୋର୍ଡ ଆନୁକୁଲ୍ୟରେ ଏକ ସାରସ୍ଵତ ଆଧ୍ୟାତ୍ମିକ କଵିତା ପାଠୋତ୍ସବ, ସ୍ମରଣିକା ଉନ୍ମୋଚନ ଓ ସାହିତ୍ୟ ସଭା ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମାର୍ଦ୍ଧରେ ପ୍ରତିଭା ଶତପଥୀ ଙ୍କ ପୈ।ରୋହିତ୍ୟ ଓ ଖଗେଶ୍ବର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥିଭାବେ ପଣ୍ଡିତ ଶ୍ରୀରାମ ଚନ୍ଦ୍ର ପ୍ରଧାନୀ ଓ ଡ.ସୁରେନ୍ଦ୍ରନାଥ ଶତପଥି ଯୋଗଦେଇ ଉଦ୍ଘାଟନ କରିଥିଲେ।ଏଥିରେ ଵହୁ ସ୍ୱନାମଧନ୍ୟ କଵି ଓ କବୟିତ୍ରୀ ଯୋଗ ଦେଇ ସେମାନଙ୍କର ସ୍ବରଚିତ ଆଧ୍ୟାତ୍ମିକ କବିତା ଆବୃତ୍ତି କରିଥିଲେ ।ଦୁତୀୟାର୍ଧ ସଭାରେ ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ଡ. ବୈଷ୍ଣବ ଚରଣ ସାମଲ,ଡା.ରଵିନାରାୟଣ ପଣ୍ଡା ଯୋଗ ଦେଇ ରତ୍ନଵଟ ସ୍ମରଣିକା ଉନ୍ମୋଚନ କରିଵା ସହିତ ମାଳିକାରେ ଵର୍ଣ୍ଣିତ ରତ୍ନଵଟର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।ଏହି ଅଵସରରେ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ୟ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟି ଵସନ୍ତ କୁମାର ବେହେରା, ପ୍ରତିଷ୍ଠାତା ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାଥ ସାହୁ,ଅଜୟ ପଟ୍ଟନାୟକ, ଜ୍ଞାନରଞ୍ଜନ ଦାସ,ଫକିର ଚରଣ ଖଟେଇ, ଚକ୍ରବର୍ତ୍ତୀ ଓତା ପ୍ରମୁଖ ସହାୟତା କରିଥିଲେ। ଅତିଥି ପରିଚୟ ଧନ୍ୟବାଦ ଅର୍ପଣ କରିଥିଲେ ଚୈତନ୍ୟ ପ୍ରସାଦ ରାଉତ। ଓଡ଼ିଶା ସମାଚାର

Leave a Reply

Your email address will not be published.