ରଘୁନାଥପୁର,୧୩/୦୬/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ଶାସ୍ତ୍ରୀୟନୃତ୍ୟ ସଙ୍ଗୀତ ବିଶ୍ୱରେ ଶ୍ରେଷ୍ଠ । ସାଧୁସାହି ରାଉତ୍ରାପୁରସ୍ଥିତ ଉଗ୍ରତାରା ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ଅନୁଷ୍ଠାନର ବାର୍ଷିକ ଉତ୍ସବରେ କେନ୍ଦ୍ରୀୟ ଡ଼େପୁଟି ଚିଫ ଲେବର କମିଶନର ଡ଼ ନାରାୟଣ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି । ଉକ୍ରଳିୟ ସଂସ୍କୃତି ଓ ପରମ୍ପରା ସ୍ମୃତି ବହନ କରୁଥିବା ସାଧୁସାହି ମାଟି କଳା, ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରୁଛି ବୋଲି ଡ଼ ତ୍ରିପାଠୀ କହିଥିଲେ । ମୁଖ୍ୟ ଅତିଥି ଭାବେ ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଦେବୀ ମହାନ୍ତି କହିଲେ ଯେ ଉକ୍ରଳିୟ ସଂସ୍କୃତି ଓ ପରମ୍ପରା ସମଗ୍ର ଭାରତ ବର୍ଷରେ ଶ୍ରେଷ୍ଠ । ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ପ୍ରଚାର ଓ ପ୍ରସାର ପାଇଁ ଓନିଶା ରୁ ମୁମ୍ବାଇ ପର୍ଯ୍ୟନ୍ତ କାର୍ଯ୍ର କରୁଥିବା ରତ୍ନାକର ତ୍ରିପାଠୀଙ୍କର କାର୍ଯ୍ୟକୁ ସେ ଭୂୟସୀ ପ୍ରସଂଶା କରିଥିଲେ । ସମ୍ମାନୀତ ଅତିଥି ଭାବେ ଏମସ ର ଅଧିକ୍ଷଣ ଯନ୍ତ୍ରୀ ଇଂ କାଳିପ୍ରସାଦ ମିଶ୍ର ଏବଂ ଆଷ୍ଟ୍ରୋ ଫିଜିଷ୍ଟ ସିନିଅର ରିସର୍ଚ ଅଧିକାରୀ ଚିତରଂଜନ ଦାସ ଯୋଗଦେଇ କଳା ସଂସ୍କୃତିର ବିକାଶ ରେ ସମାଜର ପ୍ରଗତି ହୋଇ ପାରିବ ଓ ଗ୍ରାମାଂଚଳରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ପ୍ରଚାର ପ୍ରସାର ନିମନ୍ତେ ,ହି ଅନୁଷ୍ଠାନ କାର୍ଯ୍ୟ କରୁଥିବାରୁ ସେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତ୍ରିପାଠୀ ଙ୍କୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ୱାରା ଓଡ଼ିଶି, ସମ୍ବଲପୁରୀ ଓ ଅନ୍ୟାନ୍ୟ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଳା । ସଙ୍ଗୀତା ରାଉତ, ଆଶୁତୋଷ ମହାନ୍ତି, କୁନା ଭାଇ, ରଂଜନ ଭାଇ, ପୃଥିବୀରାଜ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଳେ । କାର୍ଯ୍ୟକ୍ରମରେ ଡ଼ ସୁରେନ୍ଦ୍ର ମହାପାତ୍ର , ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ, ସୁଧୀର କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ମୁମ୍ବାଇର ସିମେତପାନୀ ମିଉଜିକ ମିଉଜିକ ଏନ୍ଟରଟେନମେଂଟ ଅନୁଷ୍ଠାନ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଳା । ଅନୁଷ୍ଠାନର ପ୍ରତିଷ୍ଠାତା ରତ୍ନାକର ତ୍ରିପାଠୀ (ତନୁ) ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର