କେନ୍ଦ୍ରାପଡ଼ା, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ପଂଚାୟତର ସନ୍ୟାସୀପୁର ଗ୍ରାମରେ କେତେକ ଲୋକଙ୍କ ବ୍ୟକ୍ତିଗତ ଜମି ଉପରେ ଯୋର ଜବରଦସ୍ତ ପୋଲ ନିର୍ମାଣ କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ପୋଲ ଡ୍ରେନେଜ ବିଭାଗ ନିର୍ମାଣ କରୁଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି ପୋଲ ନିର୍ମାଣ ହେବା ଯୋଗୁ ଆମେ ଚାଷ ଜମି ହରାଇବୁ । ଏଥିସହ ପୋଲ ଯେଉଁ ରାସ୍ତାରେ ହେବା କଥା ତାହା କରାଯାଉ ନାହିଁ । ଯାହା ଫଳରେ ଗ୍ରାମବାସୀ ଚାଷ କାର୍ଯ୍ୟ କରିବାରେ ସମସ୍ୟାର ସମୁଖୀନ ହେବେ । ଏ ନେଇ ଗ୍ରାମବାସୀ ଡ୍ରେନେଜ ବିଭାଗ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ । ସେ ତଦନ୍ତ କରି ଦେଖିଲେ ଯେ ପୋଲ ହେବା ନେଇ ଯେଉଁ ଡିଜାଇନ ହୋଇଛି ସେଥିରେ ତ୍ରୁଟି ରହିଛି । ଏ ନେଇ ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ କରିଛନ୍ତି । ଅପରପକ୍ଷରେ ଠିକାଦାର ବିଭାଗର ନିର୍ଦେଶ ନ ମାନି କାମ ଜାରି ରଖିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଗବନ୍ଧୁ ବେହେରା, ପ୍ରଫୁଲ୍ଲ ବେହେରା, ପ୍ରଫୁଲ୍ଲ ଭୋଳ, ଶଙ୍କର ବେହେରା, ପ୍ରମୋଦ ଭୋଳ, ମହନି ଭୋଳ, ଅନନ୍ତ ସ୍ୱାଇଁ, ଅକ୍ଷୟ ପ୍ରଧାନ ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର