Friday , March 31 2023
Home / ବିଶେଷ / ପଲ୍ଲୀରେ ପ୍ରଶାସନ , ୪୧୦ ରୁ ୨୨୭ ଟି ମାମଲାର ତତ୍କାଳ ସମାଧାନ

ପଲ୍ଲୀରେ ପ୍ରଶାସନ , ୪୧୦ ରୁ ୨୨୭ ଟି ମାମଲାର ତତ୍କାଳ ସମାଧାନ

ପାଟକୁରା, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ପଂଚାୟତ କାର୍ଯ୍ରାଳୟ ନିକଟସ୍ଥ ସୋଲପାଟ ସ୍କୁଲ ପରିସରରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ମୋଟ ୪୧୦ ଗୋଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨୨୭ ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଜିବୀକା ମିଶନ, ମୃତିିକା ସଂରକ୍ଷଣ, ପ୍ରାଣୀ ଚିକିତ୍ସା, ସ୍ୱାସ୍ଥ୍ୟ ବିଭାଗ , ଜିଲା ଶିଳ୍ପ କେନ୍ଦ୍ର, ରାଜସ୍ୱ ବିଭାଗ , ମତ୍ସ୍ୟ ବିଭାଗ, ଆଧାର ପଂଜି କରଣ, ନିର୍ମାଣ ଶ୍ରମିକ ପଂଜିକରଣ , ଅଣ ସଂଗଠିତ ଶ୍ରମିକ ପଂଜିକରଣ , ବଳରାମ ଯୋଜନା, ମୃତିକା ପରୀକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ଯୋଜନା ବିଭାଗର ଅଭିଯୋଗ ଆସିଥିଲା । ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକ୍, ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡ଼ ନୀରଂଜନ କର, ଗରଦପୁର ବ୍ଲକ୍ ର କୃଷି ଅଧିକାରିଣି ପ୍ରଣତି ମହାନ୍ତି, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବେଡ଼ାରୀ ସରପଂଚ କୁଂଜଲତା ମିଶ୍ର, ସମିତି ସଭ୍ୟ ଦିଲିପ କୁମାର ସାହୁ, ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ତତ୍କାଳ ସମାଧାନ କରାଯାଇଥିବା ୨୨୭ ଟି ମାମଲା ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ୧୧ ଜଣ ଙ୍କୁ ପଟ୍ଟା ବଂଟନ କରାଯାଇଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡ଼ିକ ମଧ୍ୟରୁ ୬୭ ଗୋଟି ବୀମା ଯୋଜନାରେ ସାମିଲ କରାଯିବା, ୨୧ ଟି ମୃତିକା ପରୀକ୍ଷା କରାଯାଇଥିଲା । ୮୦ ଗୋଟି ଗୃହ ପଂଳିତ ପଶୁଙ୍କୁ ପ୍ରତିଷେଧକ ଟୀକା ଦିଆଯାଇଥିବାବେଳେ  ୪୮ ଜଣଙ୍କ ଆଧାର ସଂଶୋଧନ କରାଯାଇଥିବା ବିଡ଼ିଓ ଶ୍ରୀ ମଲିକ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.