Wednesday , July 6 2022
Breaking News
Home / ଶିକ୍ଷା / ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଜୁନାଗଡ଼, ୧୩/୦୬/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ହାଇ ସ୍କୁଲ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା । ଜନ ସଧାରଣ ଙ୍କ ସହଯୋଗରେ ବହୁ ବାଧା ବିଘ୍ନ ଦେଇ ଗଢି ଉଠିଥିଲା ଏହି ଶିକ୍ଷା କେନ୍ଦ୍ର । ଶିକ୍ଷା ପ୍ରେମୀଙ୍କ ସହାୟତା ଏବଂ ଜନ ସଧାରଣ ଙ୍କ ଭୂମିକା ଏହି ବିଦ୍ୟାଳୟ ପ୍ରତି ଗୁରୁ ଦାୟିତ୍ୱ ରହିଥିଲା । ଅନେକ ପଞ୍ଚାୟତର ଲୋକେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ଏହି ସମୟରେ ବିଦ୍ୟାଳୟରେ ଛାତ୍ରାବାସ ମଧ୍ୟ ରହିଥିଲା । ଯାହାକି ଦୂର ଦୁରାନ୍ତର ର ଛାତ୍ର ମାନେ ରହି ଶିକ୍ଷା ଦାନ କରିଥିଲେ । ବେସରକାରୀ ଭାବରେ ଏହି ଶିକ୍ଷା କେନ୍ଦ୍ର ଗଢି ଉଠିଥିଲା । ଦୀର୍ଘ ୮ ବର୍ଷ ଧରି ଏହି ବିଦ୍ୟାଳୟ ବେସରକାରୀ ଭାବରେ ରହିଥିଲା । ତାପରେ ୧୯୮୮ ମସିହାରେ ଏହି ବିଦ୍ୟାଳୟ ଅନୁଦାନ ପ୍ରାପ୍ତି ହୋଇଥିଲା । ଅନୁଦାନ ପ୍ରଦାନ ର ଦୀର୍ଘ ୬ ବର୍ଷ ପରେ ଏହି ବିଦ୍ୟାଳୟ ଅର୍ଥାତ ୧୯୯୪ ମସିହାରେ ସମ୍ପୂର୍ଣ ସରକାରୀ ବିଦ୍ୟାଳୟ ଭାବରେ ପରିଣତ ହେଲା । ସେହି ଦିନ ଠାରୁ ବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା ଗୁଡିକ ଧୀରେ ଧୀରେ ଦୂର ହେବାକୁ ଲାଗିଲା । ବର୍ତ୍ତମାନ ୫ ଟି ଜରିଆରେ ଏହି ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଭାବରେ ଗଢି ତୋଳିବା ପାଇଁ ସୁପାରିଶ ହୋଇଥିଲା । ଏହା ପରେ ବିଦ୍ୟାଳୟ ର ରୂପରେଖ ସମ୍ପୂର୍ଣ ବଦଳି ଗଲା । ସ୍ମାର୍ଟ ସ୍କୁଲ ହେଲା ପରେ ସ୍କୁଲ ସମ୍ପୂର୍ଣ ଚକା ଚକ୍ ଏବଂ ସୌନ୍ଦର୍ୟ୍ୟ ଦେଖା ଗଲା । କ୍ଲାସ ରୁମ ଗୁଡିକ ଡିଜିଟାଲ ହେଲା । ସ୍ମାର୍ଟ ସ୍କୁଲ ହେଲା ପରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ପ୍ରତି ଆଗ୍ରହ ବଢ଼ିଲା । ମୋ ସ୍କୁଲ ୫ ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ବହୁମୁଖୀ ବିକାଶ ହୋଇଛି । ଛାତ୍ର ଛାତ୍ରୀଙ୍କୁ ସ୍ମାର୍ଟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ୫ ଟି ଅଧୀନରେ ରୂପାନ୍ତରିତ ହୋଇଥିବା ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ସମୟରେ ଚିଲିଗୁଡା ବିଦ୍ୟାଳୟ ରେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ,ସମିତି ସଭ୍ୟ ଖଲିଲ ନ।ଏକ ,ସମସ୍ତ ୱାର୍ଡ ମେମ୍ବର ,ସ୍କୁଲ ଶିକ୍ଷା କମିଟିର କର୍ମ କର୍ତ୍ତା ଅଭି ଭାବକ ଏବଂ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଏବଂ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସ୍ମାର୍ଟ ସ୍କୁଲ ଲୋକାର୍ପଣ ରେ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଥିଲା । ଏହି ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ଭାବରେ ପରିଣତ ହୋଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଞ୍ଚଳ ବାସି ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର, ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ୬ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ …

Leave a Reply

Your email address will not be published. Required fields are marked *