ମାଲକାନଗିରି, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ ୫ଜଣଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ସୂଚନା ମିଳିଛି । ତାହା ସହ ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ। ସମସ୍ତ ଆହତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ମୋଟୁଠାରୁ ପ୍ରାୟ ୧୦ କିମି ଦୂର ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସଙ୍ଗୀତା ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୨ଜଣ ଶିଶୁ ଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ବସଟି ଓଡିଶାର ନୂଆପଡା ଜିଲ୍ଲା ସିନୀପାଲି ଠାରୁ ଶ୍ରମିକ ମାନଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲାବୋଲି କୁହାଯାଉଛି । ଚିନ୍ତୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ବସ ଟି ଖସି ପଡିଥିଲା। ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଛନ୍ତି । ଆଜି ଭୋର ସମୟରେ ଘଟଛି ଏହି ଦୁର୍ଘଟଣା। ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ମୃତ ତିନିଜଣଙ୍କର ପରିଚୟ ମିଳିଛି। ଏମାନେ ହେଲେ ଧନେଶ୍ବର ଦଳପତି(୨୪), ଜିତୁ ହରିଜନ(୫) ଓ ନୁନେନା ହରିଜନ(୨)। ଅନ୍ୟ ୨ ଜଣଙ୍କର ହସପିଟାଲ ରେ ମୃତ୍ୟୁ ହୋଇଛି । ସେମାନଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିପାରିନାହିଁ । ଆହାତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ଆନ୍ଧ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର