ବୌଦ୍ଧ, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ କୁଳସୀକଟା ଗାଁ ରେ ଘଟିଛି ଏକ ଅଭାବନିୟ ଘଟଣା । କୂଅରେ ପଡ଼ିଯାଇଥିବା ଏକ ମାଙ୍କଡ଼କୁ ଉଦ୍ଧାର କରିବାକୁ କୂଅରେ ପସିଥିବା ଜଣକ ପରେ ଜଣେ ଏହିପରି ୩ ଜଣ ଯୁବକ ପସି ଶ୍ୱାସରୁଦ୍ଧ ହୋଇଥିଲେ । କୂଅରେ ବେଶି ପାଣିଥିଲା । ପାଣିରେ ବୁଡ଼ି ସେମାନେ ଶ୍ୱାସରୁଦ୍ଧ ହୋଇଛନ୍ତି । ଅଗ୍ନୀଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ହସପିଟାଲ ରେ ଭର୍ତି କରିଥିଲେ । ତେବେ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଦୁଇ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ଦୁଇ ଗୁରୁତର ଙ୍କ ମଧ୍ୟରୁ ଲାଲ ମୋହନ ରଥାଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ଅଛି । ଗୁରୁତର ଅସୁସ୍ଥ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି । ମୃତ ଯୁବକ ହେଉଛନ୍ତି କାଳି ଚରଣ ବାଙ୍କ । ଓଡ଼ିଶା ସମାଚାର