Friday , March 31 2023
Home / ବିଶେଷ / ସମୁଦ୍ରରେ ବୁଡ଼ି ପର୍ୟ୍ୟଟକ ନିଖୋଜ

ସମୁଦ୍ରରେ ବୁଡ଼ି ପର୍ୟ୍ୟଟକ ନିଖୋଜ

ପୁରୀ,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ପୁରୀ ସମୁଦ୍ରରେ ସ୍ନାନ ବେଳେ ଗଭୀର ସମୁଦ୍ରକୁ ଭାସିଯାି ନିଖୋଜ ଅଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ (୨୩)। ଲାଇଫ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ଏପର୍ୟ୍ୟନ୍ତ ନିଖୋଜ ହୋଇଥିବା ଉଜ୍ବଳଙ୍କ କୌଣସି ପତ୍ତା ମିଳିନାହିଁ। ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.