Friday , March 31 2023
Home / ବିଶେଷ / ବାଲି ବୋଝେଇ ହାଇୱା ଓ ଟ୍ରକ୍ କୁ ବନ୍ଦକରାଯିବା ପାଇଁ ଦାବି

ବାଲି ବୋଝେଇ ହାଇୱା ଓ ଟ୍ରକ୍ କୁ ବନ୍ଦକରାଯିବା ପାଇଁ ଦାବି

ନିଶ୍ଚିନ୍ତକୋଇଲି, ୧୨/୦୬/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ଦିନକୁ ଦିନ ବାଲି ଚାଲାଣ ବଢି ଚାଲିଥିବାବେଳେ ରାସ୍ତା ଉପରେ ଓଦା ବାଲି ଓ ପାଣି ପଡ଼ିବା ଫଳରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହେବାସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ତହସିଲ ଅସୁରେଶ୍ଵର ଲୁଣା ନଦୀ ପୋଲ ନିକଟରେ । ଏଠାରେ ପାଖାପାଖି ୧୧ ରୁ ଉର୍ଦ୍ଧ୍ବ ବାଲିଘାଟ ଚାଲୁଥିବା ବେଳେ ବାଲି ଖାଦାନ ନିଲାମଧାରୀ ମାନୁନାହାନ୍ତି ସରକାରୀ ନିୟମ। ଫଳରେ ଘାଟ ଗୁଡ଼ିକରୁ ପ୍ରତିଦିନ ବେପରୁଆ ଢଙ୍ଗରେ ଶହ ଶହ ଟ୍ରିପ୍ ବାଲି ଉଠାଇ ଚାଲାଣ କରାଯାଉଛି। ବାଲି ଟ୍ରକରୁ ବାଲି ଓ ପାଣି ଝରି ରାସ୍ତା ସାରା ବାଲି ଓ ପାଣିମୟ ହୋଇଯାଉଛି। ଯାହା ଫଳରେ ପ୍ରତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏ ବିଷୟରେ ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ପ୍ରଶାସନ ସେଭଳି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଛି ।
ଦୀର୍ଘଦିନ ହେବ ପ୍ରଶାସନ ଠାରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ନଯିବାରୁ କଟିକଟା ଜୟପୁର ରାସ୍ତା ଲୁଣା ନଦୀ ବ୍ରିଜ ନିକଟରେ ସ୍ଥାନୀୟ ଲୋକମାନେ ଏକଜୁଟ ହୋଇ ରାସ୍ତାକୁ ମଧ୍ୟ ବନ୍ଦ କରିଥିଲେ । ନିଶ୍ଚିନ୍ତକୋଇଲି ତହସିଲଦାର, ନିଶ୍ଚିନ୍ତକୋଇଲି ଆଇଆଇସି ଏବଂ ସାଲେପୁର ଏସ ଡି ପି ଓ ଲୋକମାନଙ୍କୁ ବୁଝାସୁଝା କରି ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ରାସ୍ତାରେ ବାଲି ଚାଲାଣ ବନ୍ଦ କରିବାକୁ ଦାବି କରିଛନ୍ତି । ତେବେ ତହସିଲଦାର ଏହା ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.