ଭୁବନେଶ୍ୱର,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ବାପା ମା’ଦୁଇଜଣଙ୍କୁ ବୟସର ଅପରାହ୍ନରେ ପର କରିଦେଲେ ସନ୍ତାନ। ବାପାଙ୍କର ମୃତ୍ୟୁ୍ୟୁ ପରେ ବି ଡାକ୍ତରଖାନାକୁ ଆସିଲେନି ସନ୍ତାନ। ଶେଷରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢ଼ାଇଲା ଓ ମୃତ ଅର୍ଜୁନଙ୍କର ପାର୍ଥିବ ଶରୀର ତାଙ୍କ ଗ୍ରାମକୁ ପଠାଗଲା। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳ ଆମ୍ବଡିହ ଗ୍ରାମର ୫୫ବର୍ଷୀୟ ଅର୍ଜୁନ ରାୟଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ ବାପାମା’ଙ୍କୁ ଘରୁ ବାହାର କରିଦେଲେ। ଅର୍ଜୁନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କ ପତ୍ନୀ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ନେଇଥିଲେ। କିଛି ସମୟର ଚିକିତ୍ସା ପରେ ଅର୍ଜୁନ ମୃତ୍ୟୁ୍ୟୁବରଣ କରିଥିଲେ। ଏହି ସମୟରେ ଅସହାୟ ପତ୍ନୀଙ୍କୁ ଓଡ଼ିଶା ମୋ ପରିବାର ହେଲ୍ପଡେକ୍ସ ସହଯୋଗୀ ଆଶିଷ୍ ରଣା ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ତାଙ୍କର ସମସ୍ୟା ପଚାରି ବୁଝିବା ପରେ ତୁରନ୍ତ ହସ୍ପିସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାହାଯ୍ୟ ନେଇ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ପାର୍ଥିବ ଶରୀରକୁ ରାଇରଙ୍ଗପୁରସ୍ଥିତ ତାଙ୍କ ନିଜ ଗ୍ରାମକୁ ପଠାଇଥିଲେ। ଏଭଳି ଅସହାୟ ପରିସ୍ଥିତିରେ ନିଜ ପୁଅ ପରି ବୃଦ୍ଧାଙ୍କୁଙ୍କୁ ସାହାଯ୍ୟ କରିଥିବାରୁ ବୃଦ୍ଧା ଜଣକ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଥିଲେ। ଓଡ଼ିଶା ସମାଚାର