Friday , March 31 2023
Home / ବିଶେଷ / ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ , ଜଣେ ଗୁରୁତର

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ , ଜଣେ ଗୁରୁତର

ନିଶ୍ଚିନ୍ତକୋଇଲି,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ବୁହାଳ ପଞ୍ଚାୟତ ସାଧକନଗର ଗ୍ରାମର ନକୁଳ ସାହୁଙ୍କ ପୁତ୍ର ମନୋଜ(୨୯)ଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ସହ ଥିବା ସେହି ଗ୍ରାମର ସାରଙ୍ଗ ସାହୁଙ୍କ ପୁତ୍ର ଅଶୋକ (୮) ଗୁରୁତର ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ମନୋଜ ତାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହରେ ବରଯାତ୍ରୀ ଭାବେ ଏକ ବୁଲେଟ୍ ରେ ଅଶୋକଙ୍କୁ ବସାଇ  ନରେନ୍ଦ୍ରପୁର ଯାଇ ବିଳମ୍ବିତ ରାତିରେ ଘରକୁ ଫେରିବା ବାଟରେ ନାହାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବାଇକ ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିବାରୁ ଦୁଇ ଜଣ ଯୁବକ ଛିଟିକି ପଡ଼ିଥିଲେ ।

ମନୋଜ ସାହୁ (ମୃତ)

ଏକ ପଥର ଉପରେ ପଡ଼ିଯିବାରୁ ଶରୀରର ବିଭିନ୍ନ ସ୍ଥାନ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଶନିବାର ତାଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ବେଳେ ମନୋଜକୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ଅଶୋକକୁ କଟକ ପଠାଇଥିଲେ। ନେମାଳ ପୁଲିସ ବାଇକଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲେ। ମୃତ ଯୁବକ ଜଣକ କମ୍ପ୍ୟୁଟର ଆର୍ଟ ଡିଜାଇନର ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିବାରୁ ତାଙ୍କ ବିୟୋଗରେ  ଶୋକ ଖେଳିଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.