Friday , March 31 2023
Home / ବିଶେଷ / ଦାଦାବଟି ମାଗିବା ଅଭିଯୋଗ: ପୂର୍ବତନ କାଉନସିଲର ଗିରଫ

ଦାଦାବଟି ମାଗିବା ଅଭିଯୋଗ: ପୂର୍ବତନ କାଉନସିଲର ଗିରଫ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୌରସଂସ୍ଥାର ପୂର୍ବତନ କାଉନସିଲର ଶୁଭେନ୍ଦୁ ବାରିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏକ ଠିକା ସଂସ୍ଥାର ଠିକାଦାରଙ୍କୁ ଅଭିଯୁକ୍ତ ଶ୍ରୀ ବାରିକ ଦାଦାବଟି ମାଗୁଥିବା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ବିକାଶ ପୃଷ୍ଟି ଗତ ୨୦୨୧ମସିହା ଜୁନମାସ ୭ତାରିଖରେ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସେହି ଅଭିଯୋଗକୁ ଭିତିକରି  ୯୭/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଥିଲେ । ଶନିବାର ଅଭିଯୁକ୍ତ ଜଣକ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଏକ ଦୋକାନରେ ବସିଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ଇନିସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟି ଓ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡିର ଜମାଦାର ନରେନ୍ଦ୍ର ନାଥ ସୋରେନ ତାଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ । ପରେ ଅଭିଯୁକ୍ତ ଶୁଭେନ୍ଦୁଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.