Friday , March 31 2023
Home / ବିଶେଷ / ଜଳ ଯୋଗାଣ ଠପ: ନିମ୍ନମାନ କାର୍ୟ୍ୟ କୁନେଇ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ଜଳ ଯୋଗାଣ ଠପ: ନିମ୍ନମାନ କାର୍ୟ୍ୟ କୁନେଇ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

କଳାହାଣ୍ଡି ,୧୨/୦୬/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଘର ଘରକୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ବାସ୍ତବ ଚିତ୍ର କିଛି ଅଲଗା ବୟାନ କରୁଛି। ପ୍ରଶାସନିକ ଅଧିକାରୀ ଙ୍କ ଉଦାସିନୀ ମନୋଭାବ ଯୋଗୁଁ ଗାଁଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ, ସରକାରୀ ଟଙ୍କା ଖତ ଗଦା କୁ ଫିଙ୍ଗିଲା ଭଳି ଦୃଷ୍ଟାନ୍ତ ଉଦାହରଣ ଏବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତରଞ୍ଜ ଗାଁ ରେ ଦେଖିବାକୁ ମିଳିଛି। ଗାଁ ରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ସରକାର ୧କୋଟି ୧୦ଲକ୍ଷ ଟଙ୍କା ବିନିମୟରେ ପାଣି ଟାଙ୍କି ନିର୍ମାଣକାମ ହାତ କୁ ନେଇ ଶେଷ ହୋଇଛି । ପାଇପ ବି ସଂଯୋଗ କରଣ ହୋଇସାରିଛି।ହେଲେ ପାଣି ଆସୁନି। ନିମ୍ନମାନ ର କାମ ସହ ନିମ୍ନ ଧରଣର ପାଇପ ସଂଯୋଗ ଯୋଗୁଁ ପାଣି ଲିକେଜ ହେବାରେ ଲାଗିଛି। ଯାହା ପାଣି ବ୍ୟବହୃତ ହୋଇ ନ ପାରି ରାସ୍ତାଉପରେ ବୋହି ଯାଉଛି।ଏଣେ ଗ୍ରୀଷ୍ମ ଋତୁରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖାଯାଉଛି। ଅନବରତ ନଦୀ ପାଣି ବ୍ୟବହାର କରି ଏଠିକାର ଲୋକେ ନାହିଁ ନଥିବା ପରିସ୍ଥିତି ରେ ରହୁଥିବା ବେଳେ ବହୁ ପ୍ରତୀକ୍ଷ୍ୟା ପରେ ସରକାର ଏଠି ବିଶୁଦ୍ଧ ପାଣି ଯୋଗାଣ ର ପଦକ୍ଷେପ ନେଲେ। ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏହି ନିର୍ମାଣ କାର୍ୟ୍ୟ ସମ୍ପର୍ଣ୍ଣ ହୋଇଯାଇଥିଲେ ସୁଦ୍ଧା ବିଛାଯାଇଥିବା ପାଇପ ଓ ଷ୍ଟାଣ୍ଡପୋଷ୍ଟ ଚିତ୍ର କୁ ଦେଖିଲେ ସହଜେ ଅନୁମାନ କରିହେବ ଯେ କେତେ ମଜ୍ଵବୁତ କାର୍ୟ୍ୟ କରାଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଗ୍ରାମକୁ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବା ସହ ସମାପ୍ତ ହୋଇଥିବା କାର୍ୟ୍ୟ ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।ଓଡିଶା ସମାଚାର

Leave a Reply

Your email address will not be published.