ଗରଦପୁର, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ଗ୍ରୀଷ୍ମପ୍ରବାହର ରୌଦ୍ରତାପ ଭିତରେ ଗରଦପୁର ବ୍ଲକ ଅନ୍ତର୍ଗତ ରାଧାରମଣ ସରକାରୀ ଉଚ୍ଚ ବିଦ୍ୟାଳୟ ଅଢଙ୍ଗା-ଭଗବାନପୁର ର ୧୯୭୬ ମସିହା ବ୍ୟାଚ୍ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗ୍ରୀଷ୍ମ ଅବକାଶ ୨୦୨୨ ପାଳନ କରିବା ସହ ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ଉତ୍ସବ ବିଦ୍ୟାଳୟ ର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାକ୍ତନ ଛାତ୍ର ତଥା ମୁଖ୍ୟଯନ୍ତ୍ରୀ ପ୍ରତାପ ମହାପାତ୍ର ଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ତଥା ପ୍ରାକ୍ତନ ଛାତ୍ର ତାରକ ପ୍ରଶନ ତ୍ରୀପାଠୀ ମୁଖ୍ୟ ଅତିଥି ଓ ବରିଷ୍ଠ କବି ବିଜନ ରାୟ ମୁଖ୍ୟ ବକ୍ତା ଓ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଂଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିବା ସହ ଗ୍ରୀଷ୍ମ ଅବକାଶର ଗାଁ ର ଚିତ୍ର ବିଷୟରେ ଆଲୋକପାତ ସହ ବନ୍ଧୁତା ଓ ବନ୍ଧୁମିଳନ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ଚିକିତ୍ସକ ତଥା ପ୍ରାକ୍ତନ ଛାତ୍ର ସୁରଥ ଖଣ୍ଡୁଆଳ,ସମାଜସେବୀ ପଞ୍ଚାନନ ବାରିକ, ଶିକ୍ଷାବିତ୍, ନିରଞ୍ଜନ ନାୟକ, ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତି , ସୁବାସ ଚନ୍ଦ୍ର ସାମଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ମେଧାବୀ ଛାତ୍ର ଛାତ୍ରୀଙ୍କୁ ସେମାନେ ଙ୍କ ପାଠ ପଢା ଖର୍ଚ୍ଚ ବହନ କରିବା ସହ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରାଥମିକ ଭାବେ ସ୍ଥୀରିକୃତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ପ୍ରଶାନ୍ତ କୁମାର ଜେନା ସଞ୍ଚାଳନ କରିଥିବା ବେଳେ ପ୍ରାକ୍ତନ ଛାତ୍ର ଶ୍ରୀନିବାସ ଖଣ୍ଢୁଆଳ ସ୍ବାଗତ ବକ୍ତବ୍ୟ ସହ ଅତିଥି ପରିଚୟ ଓ ପ୍ରାକ୍ତନ ଛାତ୍ରୀ ତଥା ଶିକ୍ଷୟିତ୍ରୀ ସଂଯୁକ୍ତା ପାଣି ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାକ୍ତନ ଛାତ୍ର ଅରୁଣ କୁମାର ଜେନା, ପ୍ରାର୍ଥସାରଥୀ ସ୍ବାଇଁ, ସୁବାସ ଚନ୍ଦ୍ର ବାରିକ୍, ସଂଯୁକ୍ତା ମହାପାତ୍ର, ରବିନ୍ଦ୍ର ତ୍ରୀପାଠୀ ଉତ୍ସବ ପରିଚାଳନା କରିବା ସହ ଉକ୍ତ ଵ୍ୟାଚ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସୁଖ ଦୁଃଖ ଆଦାନ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର