ପାରାଦୀପ ୧୨/୦୬/୨୦୨୨( ଓଡ଼ିଶା ସମାଚାର )-ଆର୍ନ୍ତଜାତୀୟ ଯୋଗ ଦିବସ ପାଳନର ଅବ୍ୟବାହିତ ପୂର୍ବରୁ ରବିବାର ଦିନ ସକାଳେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଭରାଦରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରଦାନଙ୍କ ତତ୍ୱାବଧାନରେ ତଟରକ୍ଷୀ ବାହିନୀ ଓ ସିଆଇଏସଏଫ କମାଣ୍ଡାଣ୍ଡ ଏବଂ ବନ୍ଦରର ଅଧିକାରୀଙ୍କ ସହିତ ଏକ ଘଂଟାର ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୨୧ ତାରିଖ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏହା ଏକ ପ୍ରାକ୍ ପ୍ରସ୍ତୁତି ଯୋଗାଭ୍ୟାସ କାର୍ୟ୍ୟକ୍ରମ ଥିଲା । ଏହି କାର୍ୟ୍ୟକ୍ରମକୁ ଆର୍ଟ ଅଫ ଲିଭିଙ୍ଗର ବରିଷ୍ଠ ପ୍ରଶିକ୍ଷକ ଯୋଗଶାସ୍ତ୍ରୀ ତାପସ ରଂଜନ ପତି ପରିଚାଳନା କରିଥିବା ବେଳେ ଯୋଗ ପ୍ରଶିକ୍ଷିକା ମୂର୍ଛନା ମିଶ୍ର ଓ ବନ୍ଦରର ଲୋକ ସମ୍ପର୍କ ଅଧିକାରୀ ରତିକାନ୍ତ ନାୟକ ସହଯୋଗ କରିଥିଲେ । ସ୍ମୃତି ଉଦ୍ୟାନ ନିକଟସ୍ଥ ବିଜୁ ସମ୍ମିଳନୀ କକ୍ଷ ପରିସରରେ ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଆର୍ନ୍ତଜାତୀୟ ଯୋଗ ଦିବସରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ବନ୍ଦର ଅନ୍ତେବାସୀଙ୍କୁ ବନ୍ଦର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର