କେନ୍ଦ୍ରାପଡ଼ା,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାବଗତ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୬ ତାରିଖରେ ବ୍ୟାଙ୍କର୧୫ଟି ଜୋନର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରାର୍ଥୀପତ୍ର ଯାଂଚପରେ ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ଗୁରୁ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ମନୋନୟନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧ନମ୍ବର ଜୋନ୍ ରେ ରଶ୍ମି ରଞ୍ଜନ ଚୌଧୁରୀ, ୨ରେ ଶ୍ରୀକାନ୍ତ ନାୟକ, ୪ରେ ଡ଼ଃ ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାସ, ୯ରେ ଡ଼ଃ ଅପର୍ଣ୍ଣା ମହାନ୍ତି, ୧୦ରେ ପ୍ରଫୁଲ୍ଲ କୁମାର ସାହୁ, ୧୧ରେ ବିଧୁ ଭୂଷଣ ମହାପାତ୍ର ଓ ୧୪ ନମ୍ବର ଜୋନରେ ମହେନ୍ଦ୍ର କୁମାର ପରିଡା ପ୍ରମୁଖ ୭ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଗୁୁରୁ ପ୍ରସାଦ ମହାନ୍ତି ଜଣେ ଅବସର ପ୍ରାପ୍ତ ଉଚ୍ଚ ପଦସ୍ଥ ବ୍ୟାଙ୍କ ଅଧିକାରୀ ହୋଇ ଥିବାରୁ ତାଙ୍କ ନେତୃତ୍ୱରେ ବ୍ୟାଙ୍କର ସୁପରିଚାଳନା ସଠିକ ଓ ନିଷ୍ଠାପର ଭାବରେ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
Check Also
ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ
ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …