Friday , March 31 2023
Home / ବିଶେଷ / Breaking News : ୧୮୦ ମାଓବାଦୀ ମିଲିସିଆ ଙ୍କ ଆତ୍ମସମର୍ପଣ

Breaking News : ୧୮୦ ମାଓବାଦୀ ମିଲିସିଆ ଙ୍କ ଆତ୍ମସମର୍ପଣ

ମାଲକାନଗିରି ୧୧/୦୬/୨୦୨୨( ଓଡ଼ିଶା ସମାଚାର )- ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ୧୮୦ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଡାବୁଗୁଡା, ଧାକୋଡ଼ପଦର, ଆରଲିଙ୍ଗପଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଙ୍ଗଠନ ପାଇଁ କାମ କରି ଆସୁଥିଲେ । ଯନ୍ତ୍ରୀ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା । ଯାହା ଫଳରେ ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଆଜି ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ୟୁନିଫର୍ମକୁ ନିଆଁରେ ଜାଳି ଦେଇଥିଲେ ଯୁବକ ମାନେ ।
ସୂଚନା ଯୋଗ୍ୟ କି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସମସ୍ତେ ଭବିଷ୍ୟତରେ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଂଚଳର ବିକାଶରେ ସମସ୍ତେ ଭାଗିଦାର ହେବେ ବୋଲି କହିଥିଲେ। ସମସ୍ତ ଗ୍ରାମବାସୀଙ୍କୁ ପୁଲିସ ଡିଜି ଦୈନନ୍ଦିନ ସାମଗ୍ରୀ ସହ ଲୁଙ୍ଗି, ଶାଢି,କମ୍ବଳ, ଶିଶୁଙ୍କ ପାଇଁ ବହିପତ୍ର, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଯଡାମ୍ବ ଥାନା ଅଂଚଳର ତଥା ଯନ୍ତ୍ରୀ ପଞ୍ଚାୟତର ଡାବଗୁଡା, ଆରଲିଙ୍ଗପଡା ଏବଂ ଧାକଡପଦର ଗ୍ରାମର ୧୮୦ ଜଣ ମହିଳା ପୁରୁଷ ମାଲକାନଗିରି ପୁଲିସ ଏବଂ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିଲେ।
ଯନ୍ତ୍ରୀ ଠାରେ ରହିଥିବା ବିଏସଏଫ କ୍ୟାମ୍ପରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମାଲକାନଗିରି ଏସପି ନୀତିଶ ବାଧୱାନୀ, ବିଏସଏଫ କମାଣ୍ଡାଣ୍ଟ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ , ଚିତ୍ରକୋଣ୍ଡା ବିଡିଓ, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ମାଓ ସମର୍ଥକ ଏବଂ ଗ୍ରାମ୍ୟ କମିଟି ସଦସ୍ୟମାନେ ପୁଲିସ ଉପରେ ଗୁଳି ଚଳାଇବା, ହତ୍ୟା କରିବା, ଲୁଟପାଟ କରିବା ଭଳି କାର୍ୟ୍ୟରେ ଲିପ୍ତ ରହିଥିଲେ। ଏଠାରେ ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନଥିବାରୁ ବାଧ୍ୟ ହୋଇ ନକ୍ସଲଙ୍କୁ ସମର୍ଥନ କରୁଥିଲେ। ଏବେ ବିଏସଏଫ ଏବଂ ପୁଲିସର ଘନ ଘନ ପଇଁତରା ଏବଂ ଏହି ଅଂଚଳକୁ ସୁରକ୍ଷା ଦେବା ପରେ ମାଓ ସମର୍ଥକମାନେ ବାଧ୍ୟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଗକୁ ମାଓବାଦୀଙ୍କ ହାତ ଛାଡି ବିକାଶର ଧାରାକୁ ଆଗେଇ ନେବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଥିଲେ। ହିଂସାରେ କେବେ ମଧ୍ୟ ଗଡ ଜୟ କରାଯାପାରିବ ନାହିଁ ବୋଲି ପୁଲିସ କହିଥିଲା। ତେଣୁ ମାଓବାଦୀମାନେ ଆଲୋଚନା କରିବାକୁ ଆସିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି। ସରକାରଙ୍କର ସମସ୍ତ ସହଯୋଗ ସେମାନଙ୍କୁ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ମଧ୍ୟ କରାଯିବ ବୋଲି ପ୍ରଶାସନ କହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.