Friday , March 31 2023
Home / ତାଜା ଖବର / Breaking News : ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର – ୪ ଜଣ ଜୀବନ୍ତ ଦଗ୍ଧ

Breaking News : ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର – ୪ ଜଣ ଜୀବନ୍ତ ଦଗ୍ଧ

ନୟାଗଡ଼ ୧୧/୦୬/୨୦୨୨( ଓଡ଼ିଶା ସମାଚାର )- ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର । ୪ ଜଣ ଜୀବନ୍ତ ଦଗ୍ଧ । ନୟାଗଡ଼ ଇଟାମାଟି ଥାନା ସାନପଣ୍ଡୁସର ନିକଟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ପୋଲରୁ ଏକ ତୈଳବାହୀ ଟ୍ୟାଙ୍କର୍ ଟ୍ରକ୍ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଟ୍ୟାଙ୍କର ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ୍ ନେଇ ଉକ୍ତ ଟ୍ୟାଙ୍କର୍ ଟି ପାରାଦୀପ ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। କୌଣସି କାରଣରୁ ଟ୍ୟାଙ୍କର୍  ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଈରେ ପଡ଼ିଯିବା ପରେ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍  ଡ୍ରାଇଭର, ହେଲ୍ପର ଏବଂ ଆଉ ୨ଜଣ  ବକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଉଚନ୍ତି  ଟ୍ୟାଙ୍କର୍   ଡ୍ରାଇଭର ତଥା ସାନପଣ୍ଡୁସର ଗାଁର  ସମୀର ନାୟକ ଏବଂ ଟ୍ୟାଙ୍କର୍  ହେଲ୍ପର  ତଥା ସେହି ଗାଁର ପଙ୍କଜ ନାୟକ। ଆଉ ୨ଜଣ ମୃତ ବ୍ୟକ୍ତି ହେଉଛନ୍ତି ରଘୁ ଖଟୁଆ ଓ ଦୀପୁ ଖଟୁଆ।ତାଙ୍କ ବାସସ୍ଥାନ ସମ୍ପର୍କରେ ବର୍ତମାନ ଜଣାପଡ଼ିନାହିଁ । ଇଟାମାଟି ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.