Friday , March 31 2023
Home / ବିଶେଷ / ସିଦ୍ଧିଦାତ୍ରୀ ଦୁର୍ଗା ଆଶ୍ରମ ପ୍ରତିଷ୍ଠାତା ଦୁର୍ଗାବାବାଙ୍କ ପରଲୋକ

ସିଦ୍ଧିଦାତ୍ରୀ ଦୁର୍ଗା ଆଶ୍ରମ ପ୍ରତିଷ୍ଠାତା ଦୁର୍ଗାବାବାଙ୍କ ପରଲୋକ

ଭୁବନେଶ୍ୱର/ବାଲିଅନ୍ତା/ଫୁଲନଖରା / କଟକ ସଦର ୧୧/୦୬/୨୦୨୨( ଓଡ଼ିଶା ସମାଚାର )-କଟକ-ଭୁବନେଶ୍ୱର ଜାତୀୟ ରାଜପଥ ପାଶ୍ୱର୍ ଫୁଲନଖରାସ୍ଥିତ ସିଦ୍ଧିଦାତ୍ରୀ ଦୁର୍ଗା ଆଶ୍ରମ ପ୍ରତିଷ୍ଠାତା ବିଜୟ କୁମାର ଶତପଥୀ (ଦୁର୍ଗାବାବା)ଙ୍କର ଆଜି ଅପରାହ୍ନ ୩ ଘଟିକା ସମୟରେ ଆଶ୍ରମ ପରିିସରରେ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ନିକଟରେ ସେ ଭୁବନେଶ୍ୱରସ୍ଥ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନରୁ ଚିକିତ୍ସିତ ହୋଇ ଆଶ୍ରମରେ ଅବସ୍ଥାନ କରୁଥିଲେ । ପୋଲିସ୍ ବିଭାଗରେ କାର୍ଯ୍ୟରତ ଥାଇ ଅବସର ନେଲାପରେ ତାଙ୍କ ସମସ୍ତ ଅବସରକାଳୀନ ପ୍ରାପ୍ୟ ଓ ଜୀବନଯାକର ସଂଚିତ ଅର୍ଥରେ ଫୁଲନଖରାଠାରେ ସିଦ୍ଧିଦାତ୍ରୀ ଦୁର୍ଗା ଆଶ୍ରମ ପ୍ରତିଷ୍ଠା କରି ଏହାର ରକ୍ଷଣାବେକ୍ଷଣ ଓ ପୂଜାପାର୍ବଣ ଆଦି ସମ୍ପାଦନ କରୁଥିଲେ । ଜ୍ୟୋତିଷ ଶାସ୍ତ୍ର, ଶିଳ୍ପୀବିଦ୍ୟା, ପ୍ରାକୃତିକ ଚିକିତ୍ସା, ବିଭିନ୍ନ ଆଧ୍ୟାତ୍ମିକ ଚେତନାରେ ତାଙ୍କର ଦକ୍ଷତା ଥିଲା । ତାଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ପ୍ରଶଂସକ ଓ ଭକ୍ତ ରହିଛନ୍ତି । ଜଣେ ଅମାୟିକ ସାଧୁ ଭାବରେ ସେ ରାଜ୍ୟରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ପାଇ ତାଙ୍କର ଅସଂଖ୍ୟ ଭକ୍ତ, ଶୁଭେଚ୍ଛୁ ଓ ଅଂଚଳବାସୀ ଆଶ୍ରମରେ ଉପସ୍ଥିତ ହୋଇ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଶ୍ରମ ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପାଦନ ହୋଇଅଛି । ପୁତ୍ର ବ୍ରହ୍ମାନନ୍ଦ ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କ ମୃତୁ୍ୟରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.