ରାଜ୍ୟ ସ୍ତରୀୟ ସ୍ମରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମତ ପ୍ରକାଶ
ଭୁବନେଶ୍ୱର , ୧୧/୦୬/୨୦୨୨( ଓଡ଼ିଶା ସମାଚାର )- ଓଡିଶାର ସାମ୍ୟବାଦୀ ଆନ୍ଦୋଳନର ବର୍ଷିୟାନ୍ ନେତା, ତ୍ୟାଗ, ସଂଘର୍ଷ ଏବଂ ସଂକଳ୍ପର ମହାନ୍ ଯୋଦ୍ଧା, ସି.ପି.ଆଇ.(ଏମ୍)ର ପୂର୍ବତନ ରାଜ୍ୟ ସମ୍ପାଦକ, ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ସ୍ମୃତିରେ ଏକ ରାଜ୍ୟ ସ୍ତରୀୟ ସ୍ମରଣ ସଭା ସ୍ଥାନୀୟ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସି.ପି.ଆଇ.(ଏମ୍) ନେତା ଜନାର୍ଦ୍ଧନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସି.ପି.ଆଇ.(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ପଲିଟ୍ବ୍ୟୁରୋ ସଦସ୍ୟ ସୂର୍ଯ୍ୟକାନ୍ତ ମିଶ୍ର, ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସି.ପି.ଆଇ. ରାଜ୍ୟ ସମ୍ପାଦକ ଆଶିଷ୍ କାନୁନ୍ଗୋ , ସି.ପି.ଆଇ.ଏମ୍-ଏଲ୍(ଲିବରେସନ୍) ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, କଂଗ୍ରେସ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସମତାକ୍ରାନ୍ତି ଦଳର ରାଜ୍ୟ ନେତା ବ୍ରଜ ତ୍ରିପାଠୀ, ସି.ପି.ଆଇ.ଏମ୍-ଏଲ୍(ରେଡ୍ଷ୍ଟାର) ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା, ସି.ପି.ଆଇ.(ଏମ୍-ଏଲ୍ ) ରାଜ୍ୟ ନେତା ଶୀ୍ରକାନ୍ତ ମହାନ୍ତି, ଏଚ୍.ଏମ୍.ଏସ୍. ରରାଜ୍ୟ ନେତା କୃଷ୍ଣଚନ୍ଦ୍ର ପାତ୍ର, ସି.ଆଇ.ଟି.ୟୁ. ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଓଡିଶା କୃଷକ ସଭା ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ନେତ୍ରୀ ତାପସୀ ପ୍ରହରାଜ, ଡି.ୱାଇ.ଏଫ୍.ଆଇ. ରାଜ୍ୟ ସମ୍ପାଦକ ଯତିନ୍ ମହାନ୍ତି, ଓଡିଶା କ୍ଷେତ୍ମଜଦୂର ୟୁନିୟନ୍ ରାଜ୍ୟ ଉପସଭାପତି ନିର୍ମଳ ନାୟକ, ଏ.ଆଇ.ଟି.ୟୁ.ସି ରାଜ୍ୟ ନେତା ରାମକୃଷ୍ଣ ପଣ୍ଡା, ଏ.ଆଇ.ସି.ସି.ଟି.ୟୁ ରାଜ୍ୟ ନେତା ମହେନ୍ଦ୍ର ପରିଡା, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଫେସର ମନୋରଞ୍ଜନ ମହାନ୍ତି, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ରବି ଦାସ, ସାମାଜିକ କର୍ମୀ ଅରୁଣ ଜେନା ଏବଂ ଅଭୟ ବଡଜେନା ପ୍ରମୁଖ ଏହି ମହାନ ନେତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ସ୍ମୃତି ସଭାରେ ବକ୍ତବ୍ୟ ରଖି ନେତୃବୃନ୍ଦ କହିଥିଲେ ଯେ ଶିବାଜୀ ପଟ୍ଟନାୟକଙ୍କ ତ୍ୟାଗ, ସଂଘର୍ଷ ଏବଂ ସଂକଳ୍ପ ଅବିସ୍ମରଣୀୟ । ଶ୍ରମଜିବୀ ମଣିଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜୀବନ ତମାମ ସେ ସଂଘର୍ଷ କରିଥିଲେ । ଏକ ଶୋଷଣମୁକ୍ତ ସମାଜ ଗଠନ ଲକ୍ଷ୍ୟ ନେଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଓ ଶେଷ ପର୍ଯ୍ୟନ୍ତ ତାଙ୍କ ଲକ୍ଷ୍ୟରେ ସଂଗ୍ରାମକୁ ଜାରି ରଖିଥିଲେ । ସେହି ଲକ୍ଷ୍ୟ ପଥରେ ସମ୍ମିଳିତ ଭାବେ କାର୍ଯ୍ୟକରି ଶ୍ରମଜିବୀ ଜନଗଣଙ୍କ ସଂଘର୍ଷକୁ ଆଗେଇ ନେବା ହିଁ ହେବ ଶିବାଜୀ ପଟ୍ଟନାୟକଙ୍କ ପ୍ରତି ଯଥୋଚିତ ସମ୍ମାନ ଜନକ ଶ୍ରଦ୍ଧାଞ୍ଜଳୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସଭା ପୂର୍ବରୁ ସମବେତ ଜନତା ୨ମିନିଟ୍ ନିରବରେ ଦଣ୍ଡାୟମାନ ହୋଇ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ଓଡ଼ିଶା ସମାଚାର