କଟକ ସଦର, ୧୧/୦୬/୨୦୨୨( ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): କିଶନନଗର ତହସିଲ ଅଧିନସ୍ଥ,କଟକ ସଦର ବ୍ଲକ୍ ଅନ୍ତର୍ଗତ ଯଶପଡା ହାଟ ଵଜାରରେ ବେଆଇନ୍ ଜଵରଦଖଲ ବୃଦ୍ଧି ପାଉଛି । ଏ ସମ୍ପର୍କରେ ତହସିଲ ପ୍ରଶାସନ ସଵୁ ଜାଣି ନଜାଣିଲା ପରି ଚୁପ୍ ରହିଵା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଯଶପଡା ହାଟକୁ ଲାଗି କେତେକ ବ୍ୟକ୍ତି ଏକ ହାଟଵଜାର ସୃଷ୍ଟି କରି ସରକାରୀ ଜାଗାକୁ ବେଆଇନ ଭାବେ ଜବରଦଖଲ କରିବା ସହ ପକ୍କା ଘର ନିର୍ମାଣ କରିଛନ୍ତି।ଏପରି କି ହାଟକୁ ଯିଵା ପ୍ରବେଶ ଦ୍ୱାର କୁ ମଧ୍ୟ ସଂକୋଚିତ କରିବା ଫଳରେ ହାଟକୁ ଲୋକେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେଥିରେ ପ୍ରସିଦ୍ଧ ଗଣେଶ ମେଲଣ ପାଇଁ ଏହି ରାସ୍ତାରେ ମେଢ଼ ଗୁଡ଼ିକୁ ଶୋଭାଯାତ୍ରାରେ ଯାଇ ପାରୁନଥିବା ଦେଖାଯାଇଛି।ଏ ସମ୍ପର୍କରେ ପୂର୍ଵତନ ସରପଞ୍ଚ ସୁବାଷ ମହାନ୍ତି ଙ୍କ ସମେତ ଜନସାଧାରଣ ତହସିଲଦାର ଙ୍କୁ ଲିଖିତ ଭାଵେ ଅଭିଯୋଗ କରି ଏହାର ସୁସମାଧାନ ପାଇଁ ଜଣାଇଥିଲେ ଵି ପୂର୍ଵତନ ତହସିଲଦାର ଙ୍କ ଟାଳଟୁଳ ନୀତି ପାଇଁ ତାହା ଯଥା ପୂର୍ଵଂ ତଥା ପରଂ ଅବସ୍ଥାରେ ରହିଗଲା। ଯେଉଁଥିପାଇଁ ମୁନାଫାଖୋର ଜଵରଦଖଲକାରୀଙ୍କୁ ଜଵରଦଖଲ କରିଵାକୁ ପ୍ରୋତ୍ସାହନ ଯୋଗାଇଲା।ଏଵେ ଜନୈକ ବ୍ୟକ୍ତି କରିଥିଵା ଅଧାଗଢ଼ା ଘର ଉପରେ ଅନ୍ୟଵ୍ୟକ୍ତିମାନେ ଯୋରଜଵରଦସ୍ତ ଘର କରିଥିବା ଅଭିଯୋଗ ହୋଇଛି।ଏହି ନୂଆ ଵିଵାଦ ପାଇଁ ସେଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପନଝା ଲାଗି ରହିଛି। ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଏଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ।ଏଣୁ କିଶନନଗରର ନୂତନ ତହସିଲଦାର ଏଥିରେ ହସ୍ତକ୍ଷେପ କରିଵାକୁ ଜନସାଧାରଣ ଦାବି କରିଛନ୍ତି।ଓଡ଼ିଶା ସମାଚାର
Home / ବିଶେଷ / ଯଶପଡା ହାଟ ଵଜାରରେ ବେଆଇନ୍ ଜଵରଦଖଲ ଵଢୁଛି, ତହସିଲଦାର ନିରବ ଦ୍ରଷ୍ଟା, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା