Friday , March 31 2023
Home / ତାଜା ଖବର / ପୋଲିସ ନାଇଟ୍ ପେଟ୍ରୋଲିଂ ସମୟରେ ଚୋରା ବିଦୁ୍ୟତ ସାମଗ୍ରୀ ଥିବା ଗାଡି ଛାଡି ପଳାଇଲେ ଦୁର୍ବୃତ 

ପୋଲିସ ନାଇଟ୍ ପେଟ୍ରୋଲିଂ ସମୟରେ ଚୋରା ବିଦୁ୍ୟତ ସାମଗ୍ରୀ ଥିବା ଗାଡି ଛାଡି ପଳାଇଲେ ଦୁର୍ବୃତ 

ପାଟକୁରା, ୧୧/୦୬/୨୦୨୨( ଓଡ଼ିଶା ସମାଚାର )-ଗତକାଲି ରାତିରେ ପାଟକୁରା ଥାନା ପୋଲିସ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ ୩ ଟା ସମୟରେ ନୂଆପଡା-ଗରଦପୁର ପ୍ରଧାନମନ୍ତ୍ରୀ ସଡକରେ ଏକ କାରକୁ ପୋଲିସ ଅଟକାଇବାକୁ ନିର୍ଦ୍ଧେଶ ଦେଲାପରେ ବି କାର ଟି ପୋଲିସ କୁ ଓଭରଟେକ୍ କରି ଦ୍ରୁତଗତିରେ ଏହିରାସ୍ତାରେ ଗରଦପୁର ଆଡକୁ ମାଡି ଚାଲିଥିଲା ।ପୋଲିସ ସନ୍ଦେହ କରି ଏହି ଗାଡିର ପିଛା କରିବାରୁ ଦୁର୍ବୃତ ମାନେ ନୂଆପଡା କାନାରା ବ୍ୟାଙ୍କ ଠାରୁ ପ୍ରାୟ ୨ଶହ ମିଟର ଦୂରରେ କାର ଟିକୁ ଛାଡି ବିଲ ମଧ୍ୟରେ ଦୌଡି ପଳାଇଥିଲେ । ଦୁର୍ବୃତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇ ଉକ୍ତ କାରଟିକୁ ଜବତ କରି ଟୋଚନ ଲଗାଇ ଏକ ଟ୍ରାକ୍ଟର ସାହାଯ୍ୟରେ ଥାନାକୁ ଆଣିଥିଲେ । ଏହା ଏକ ଲାଲ ରଙ୍ଗର ଟାଟା ନାନୋ କାର ଯାହାର ନଂ (ଓଡି ୦୫ -୪୧୬୬) । ଏହି ଗାଡି ମଧ୍ୟରେ ପ୍ରାୟ ଏକ କୁଇଟାଂଲ ରୁ ଅଧିକ ଓଜନ ର ବିଦୁ୍ୟତ ତାର ବୋଝେଇ ରହିଥିବା ଦେଖିବାକୁ ମିଳିଥିଲା ।
ସୁଚନା ଯୋଗ୍ୟ ଯେ ପୋଲିସ ଯେଉଁ ଜାଗାରୁ ଗାଡିଟିକୁ ଜବତ ହୋଇଛି ଏହାର ଏକ କିମି ଦୂରରେ ନୂଆପଡା ୩୩/୧୧ କେଭି ବିଦୁ୍ୟତ ଷ୍ଟ୍ରକଚର ଅବସ୍ଥିତ । ଗତ ଏପ୍ରିଲ ୧୭ ତାରିଖ , ୧୯ ତାରିଖ ଓ ମେଁ ମାସ ୧୨ ତାରିଖ ରାତିରେ ଚୋର ମାନେ ବିଦୁ୍ୟତ ସାମଗ୍ରୀ ଚୋରୀ କରିଥିବା ପାଟକୁରା ଥାନାରେ ସପୃକ୍ତ ସେକ୍ସନ ଅଫିସର ଏତଲା ଦେଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ମାମଲା ଗୁଡିକ ରୁଜୁ ହୋଇଛି । ଏହା ବ୍ୟତୀତ ଅନେକ ସମୟରେ ସେକ୍ସନ ଅଫିସ ପ୍ରାଙ୍ଗଣରୁ କିଛି କିଛି ବିଦୁ୍ୟତ ସାମଗ୍ରୀ ଚୋରୀ ହୋଇଥିବା ଶୁଣିବାକୁ ମିଳିଛି ।ଥାନାରେ ମାମଲା ରୁଜୁ ହୋଇଥିବା ଘଟଣାରେ ପୋଲିସ ଏହି ସେକ୍ସନର ଜଣେ କର୍ମଚାରୀଙ୍କୁ ସନ୍ଦେହ ରେ ଥାନାକୁ ଡାକି ନେଇ ପଚାରା ଉଚରା କରି ଛାଡିଦେଇ ଥିଲେ । ବାରମ୍ବାର ଏଠାରୁ ଚୋରୀ ହେଉଥିବା ଘଟଣାରେ ଏଠାରେ ଡିୟୁଟି କରୁଥିବା କେହିନା କେହି କର୍ମଚାରୀ ଙ୍କର ପରୋକ୍ଷ ସପୃକ୍ତି ଥିବା ବିଦୁ୍ୟତ ବିଭାଗର ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ତେଣୁ ଗତକାଲି ରାତିରେ ଚୋରା ବିଦୁ୍ୟତ ସାମଗ୍ରୀ ଥିବା ଜବତ କାରଟିକୁ ଆଧାର କରି ସଠିକ ଭାବରେ ପୋଲିସ ତଦନ୍ତ କରାଇଲେ ପ୍ରକୃତ ଆସାମୀ ଓ ଚୋରା ସାମଗ୍ରୀ ଜବତ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ପାଟକୁରା ଥାନା ଅଧିକାରୀ ସରୋଜ କୁମାର ସାହୁ ଙ୍କୁ ପଚାରି ବାରୁ ସେ କହିଛନ୍ତି ଯେ ଖୁବଶିଘ୍ର ଏହି ଘଟଣାର ତଦନ୍ତ କରାଯାଇ ସପୃକ୍ତ ଆସାମୀମାନଙ୍କୁ ଧରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.