ଭୁବନେଶ୍ୱର /ପାରାଦୀପ,୧୧/୦୬/୨୦୨୨( ଓଡ଼ିଶା ସମାଚାର )- ପାରାଦୀପର ଇଫକୋ ସାର କାରଖାନାକୁ ୨୦୨୧ ମସିହା ପାଇଁ କଳିଙ୍ଗ ପରିବେଶ ସମ୍ମାନ- ଫାଇଭ୍ ଷ୍ଟାର ପ୍ରଦାନ କରାଯାଇଛି । ଶନିବାର ଦିନ ଭୁବନେଶ୍ୱର ଠାରେ ଏହି ଅବସରରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାରଖାନା ପରିବେଶ ପରିଚାଳନାରେ ଶ୍ରେଷ୍ଟାତା ପାଇଁ ଇଫକୋ ପାରାଦୀପ ୟୁନିଟ୍ କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ ଆମ ପଡୋଶୀ ରାଷ୍ଟ୍ର ବାଙ୍ଗଲାଦେଶର ଡେପୁଟି ହାଇକମିଶନର ଅଣ୍ଡାଲିବ୍ ଏଲିୟାସ । ଇନଷ୍ଟିଚ୍ୟୁଟ୍ ଅଫ କ୍ୱାଲିଟି ଆଣ୍ଡ ଏନଭାରନମେଂଟ ମ୍ୟାନେଜମେଂଟ ସର୍ଭିସେସ୍ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚୀବ ଡ.କେ.ମୁରୁଗେସନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ସାଧାରଣ ପ୍ରବନ୍ଧକ (ଉତ୍ପାଦନ,ପରିବେଶ ଓ ସୁରକ୍ଷା) ଏହି ମର୍ଯ୍ୟାଦାଜନକ ସମ୍ମାନ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର