Friday , March 31 2023
Home / ବିଶେଷ / କେନ୍ଦ୍ରାପଡା ପୌରାଂଚଳର ଭୂମୀହୀନଙ୍କୁ ପଟା ବଂଟନ

କେନ୍ଦ୍ରାପଡା ପୌରାଂଚଳର ଭୂମୀହୀନଙ୍କୁ ପଟା ବଂଟନ

କେନ୍ଦ୍ରାପଡ଼ା, ୧୧/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୌରାଂଚଳରେ ବସବାସ କରୁଥିବା ଭୂମୀହୀନଙ୍କୁ ଓଡିଶା ଯାଗା ମିଶନ ଯୋଜନାରେ ଘରଡିହ ପଟା ବଂଟନ କରାଯାଇଛି । ଏହି ଉପଲକ୍ଷେ ପୌର ପରିଷଦ ଟାଉନ ହଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସରିତା ସାହୁ ଅଧ୍ୟକ୍ଷତା କରିଥିଲେ ।  କେନ୍ଦ୍ରାପଡା  ବିଧାୟକ ଶଶି ଭୂଷଣ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଏହି ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭୂମିହୀନମାନଙ୍କୁ ପଟା ବଂଟନ କରିଥିଲେ । ପୌରାଂଚଳର ୧୭ଟି ବସ୍ତିରେ ରହୁଥିବା ୧୯୧ ଜଣଙ୍କୁ ଏହି ପଟା ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.