Friday , March 31 2023
Home / ତାଜା ଖବର / ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ବୋଲଗଡ଼ ଥାନା ଏଏସଆଇ

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ବୋଲଗଡ଼ ଥାନା ଏଏସଆଇ

କଟକ, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ଧରାପଡ଼ିଛନ୍ତି । ରାଜ୍ୟ ଦୁର୍ନିତୀ ନିବାରଣ ନିର୍ଦ୍ଧେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜନୈକ ଲୋକଙ୍କ ଠାରୁ ନିଜ ପୁଅ ଓ ତାର ସହଯୋଗୀଙ୍କ ନାଆଁରେ ଥିବା ଏକ ମାମଲାର ରଫାଦଫା ଲାଗି ସେ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ।ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନାବଦ୍ଧ ଭାବେ ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ବୋଲଗଡ଼ ବଜାର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କଠାରୁ କେମିକାଲ ବୋଳା ୬ ହଜାର ଟଙ୍କା ଜବତ କରାଯାଇ ପରୀକ୍ଷା କରାଯାଇଥିଲା । ପରେ ବାଙ୍କି ଥାନା ଅନ୍ତର୍ଗତ ତାଙ୍କ ଦୁଲନପୁର ଗାଁ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଏଏସଆଇ ଭଗବାନ ସ୍ବାଇଁ ଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.