ରଘୁନାଥପୁର, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ବେହେରା ଓ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ଭୁବନେଶ୍ୱରରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟି ରଘୁନାଥପୁର ବ୍ଲକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବ୍ଲକର ମୁଖ୍ୟ ସମସ୍ୟା ହଂସୁଆ ବନ୍ୟାର ସ୍ଥାୟୀ ନିରାକରଣ ନିମନ୍ତେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁପର ସ୍ପେଶାଲିଷ୍ଟ ହସପିଟାଲରେ ପରିଣତ କରିବାକୁ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବ୍ଲକର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ କହିବା ସହିତ ରଘୁନାଥପୁର ବ୍ଲକରେ ବିଦ୍ୟାଳୟ ରୂପାନ୍ତରଣ ଓ ମିଶନ ଶକ୍ତି କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସମାଚାର