Friday , March 31 2023
Home / ବିଶେଷ / ୩ମାସ ହେଲା ବାର୍ଦ୍ଧକ୍ୟ ବିଧବା, ଭିନ୍ନକ୍ଷମ ଭତା ପାଇନାହାଁନ୍ତି ୬୧୬୯ ଜଣ  ହିତାଧିକାରୀ 

୩ମାସ ହେଲା ବାର୍ଦ୍ଧକ୍ୟ ବିଧବା, ଭିନ୍ନକ୍ଷମ ଭତା ପାଇନାହାଁନ୍ତି ୬୧୬୯ ଜଣ  ହିତାଧିକାରୀ 

   ରଘୁନାଥପୁର, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଗରିବ ଅସହାୟ ବୃଦ୍ଧ,ବୃଦ୍ଧା, ବିଧବା, ଭିନ୍ନକ୍ଷମ ଲୋକମାନଙ୍କୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ପ୍ରତିମାସର ୧୫ତାରିଖ ଦିନ ଭତା ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ମାତ୍ର ରଘୁନାଥପୁର ବ୍ଲକର ଗତ ୩ମାସ ହେଲା ୧୯ଗୋଟି ପଂଚାୟତ ଓ ଦ୍ୱୀପାଂଚଳ ୪ଗୋଟି ପଂଚାୟତର ୬୧୬୯ ଜଣ ଗରିବ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକମାନେ ଭତା ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ସେମାନେ ୩ମାସ ହେଲା ଅର୍ଦ୍ଧା ହାରରେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଭତା ଟିଏ ପାଇବା ପାଇଁ ଗରିବ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକମାନେ ପଂଚାୟତ କାର୍ଯ୍ୟାଳୟକୁ ଭୀଷଣ ରୌଦ୍ରତାପ ଓ ଗୁଳୁଗୁଳିରେ ଦୌଡି ଦୌଡି ନିରାଶରେ ଫେରୁଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି ତାହାର ପ୍ରକୃତ ସୁଫଳ ଗରିବ ଲୋକ ପାଇବାରୁ ବଂଚିତ । ଏ ସମ୍ପର୍କରେ ରଘୁନାଥପୁର ସାମାଜିକ ସମ୍ପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ କେବଳ ଏପ୍ରିଲ ମାସର ପଇସା ଆସିଛି ଆଉ ଏକ ମାସର ପଇସା ଆସିନାହିଁ, ତୁରନ୍ତ ପଇସା ପଠାଇବାକୁ ଆମ୍ଭେ ଚିଠି କରିଅଛୁ । ଟଙ୍କା ଆସିଲେ ଲୋକମାନଙ୍କୁ ୨ମାସର ଭତା ଏକାବେଳେ ଦିଆଯିବ । ନଚେତ୍ ଆସନ୍ତା ସୋମବାର ଦିନ ଗୋଟିଏ ମାସର ଭତା ଦିଆଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.