Friday , March 31 2023
Home / ତାଜା ଖବର / ୧୦ ଲକ୍ଷ ଟଙ୍କା ଲାଂଚ ନେଇ ଗିରଫ ହୋଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରୀରୁ ବହିଷ୍କୃତ

୧୦ ଲକ୍ଷ ଟଙ୍କା ଲାଂଚ ନେଇ ଗିରଫ ହୋଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରୀରୁ ବହିଷ୍କୃତ

କଟକ, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କଅତ  ହୋିଚନ୍ତି । ରାଜ୍ୟ ଦୁର୍ନିତୀ ନିବାରଣ ନିର୍ଦ୍ଧେଶାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ବର୍ତ୍ତମାନ ସେ ଜେଲରେ ଅଛନ୍ତି । ଗତ ମେଁ ୧୩ ତାରିଖରେ ଜଣେ ଅଫିସରଙ୍କ ନାଁରେ ଥିବା କେସକୁ ରଫାଦଫା କରିବା ପାଇଁ ମୁକେଶ ସାହୁ ନାମକ ଜଣେ ସହଯୋଗୀଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ । ଏହା ପରେ ମାନସୀ ଏବଂ ମୁକେଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସର ଚଢାଉ କରିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.