Friday , March 31 2023
Home / ତାଜା ଖବର / ରୋଷେଇ କରୁଥିବା ବେଳେ ପିନ୍ଧା ଡ୍ରେସରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

ରୋଷେଇ କରୁଥିବା ବେଳେ ପିନ୍ଧା ଡ୍ରେସରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

ପରଜଙ୍ଗ , ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ରୋଷେଇ କରୁଥିବା ବେଳେ ପିନ୍ଧା ଡ୍ରେସରେ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗ୍ରାମରେ ।
କାଠ ଚୁଲାରେ ଯୁବତୀ ଜଣକ ରୋଷେଇ କରୁଥିବା ବେଳେ ତାଙ୍କ ପିନ୍ଧା ଡ୍ରେସରେ ନିଆଁ ଲାଗି ନିଆଁ ଲାଗି ଯାଇଥିଲା । ସେତେବେଳେ ଘରେ ଆଉ କେହି ନଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବତୀ ଜଣକ ହେଉଛନ୍ତି ବାମ ଗ୍ରାମର ଜଗବନ୍ଧୁ ମାହାନ୍ତଙ୍କ ଝିଅ ଲିପ୍ତିରେଖା ମାହାନ୍ତ। ଓଡ଼ିଶା ସମାଚାର

Leave a Reply

Your email address will not be published.