Friday , March 31 2023
Home / ବିଶେଷ / ମହିଳାଙ୍କୁ ମରଣାନ୍ତକ ଆକ୍ରମଣ – ଅଭିଯୁକ୍ତକୁ ଧରୁନି ପୋଲିସ, ଏସପିଙ୍କୁ ଅଭିଯୋଗ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ – ଅଭିଯୁକ୍ତକୁ ଧରୁନି ପୋଲିସ, ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ଘାଘରା ଗ୍ରାମରେ ରହି ବ୍ୟବସାୟ କରୁଥିବା ନହଙ୍ଗ ଗ୍ରାମର ଜଣେ ମହିଳାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ମହିଳାଙ୍କ ନାମ ସଂଯୁକ୍ତା ବେହେରା । ଭୁଜାଲି ଆକ୍ରମଣରେ ସଂଯୁକ୍ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ନିକିରାଇ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ନିକିରାଇ ଥାନା ପୋଲିସ ତାଙ୍କ ଏତଲା ଗ୍ରହଣ ନ କରି ତାଙ୍କୁ ଦୁର୍ବ୍ୟବହାର କରି ଥାନାରୁ ବିଦା କରି ଦେଇଥିଲେ । ଥାନାରୁ ନିରାଶ ହେବା ପରେ ସଂଯୁକ୍ତା ସପରିବାର ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କରଙ୍କୁ ସାକ୍ଷାତ କରିଥିଲେ । ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏସପିଙ୍କ ହସ୍ତକ୍ଷେପ ପରେ ସଂଯୁକ୍ତଙ୍କ ଏତଲାକୁ ଥାନା ଅଧିକାରୀ କାଦମ୍ବିନୀ ପରିଡ଼ା ଗ୍ରହଣ କରିଛନ୍ତି । ଏହି ଅବସରରେ ସଂଯୁକ୍ତା କହିଛନ୍ତି ପୂର୍ବରୁ କାଦମ୍ବିନୀ ପରିଡ଼ା ଏତଲା ଗ୍ରହଣ କରି ନଥିଲେ । ହେଲେ ଏବେ ଏସପିଙ୍କ ଚାପ ପଡିବାରୁ ସେ ଏତଲା ଗ୍ରହଣ କଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.